ବିଧାୟକଙ୍କ ଦରମା ବୃଦ୍ଧି ପୁନର୍ବିଚାର ପ୍ରସ୍ତାବ

0

ଓଡ଼ିଆ ନ୍ୟୁଜ୍: ବିଜେପି ବିଧାୟକ ଦଳ ବୈଠକରେ ବଡ଼ ନିଷ୍ପତ୍ତି।ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବିଚାର ପାଇଁ ପ୍ରସ୍ତାବ।ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ପ୍ରସ୍ତାବ ଦେଲେ ସମସ୍ତ ବିଜେପି ବିଧାୟକ।ଲୋକମତକୁ ସମ୍ମାନ ଜଣାଇ ପୁନର୍ବିଚାର ପାଇଁ ଦେଲେ ପ୍ରସ୍ତାବ।ଗତ ଶୀତ ଅଧିବେଶନରେ ବିଧାୟକଙ୍କ ଦରମା ବୃଦ୍ଧି କରିଥିଲେ ସରକାର । ମାସକୁ ଲକ୍ଷେ ବଦଳରେ ୩ ଲକ୍ଷରୁ ଅଧିକ ଦରମା ହୋଇଥିବାରୁ ସାରା ରାଜ୍ୟରେ ଏହାକୁନେଇ ଜୋରଦାର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତେଣୁ ସରକାର ଏହି ନିଷ୍ପତ୍ତି ଉପରେ ୟୁ-ଟର୍ଣ୍ଣ ନେବାକୁ ଯାଉଛନ୍ତି ବୋଲି ଆଲୋଚନା ହେଉଛି ।

କମିବ କି ବିଧାୟକଙ୍କ ଦରମା । ବିଧାୟକଙ୍କ ଦରମାବୃଦ୍ଧି ନେଇ ହେବ କି ପୁନର୍ବିଚାର। ବିଧାୟକଙ୍କ ଦରମା ବୃଦ୍ଧି ପରେ ସାରା ରାଜ୍ୟରେ ଜୋରଦାର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଏହାର ପୁନଃ ବିଚାର ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆଜି ବିଜେପି ରାଜ୍ୟ କାର୍ଯାଳୟରେ ବିଧାୟକ ଦଳ ବୈଠକରେ ଏନେଇ ଗୁରୁତ୍ବପୂର୍ଣ ଆଲୋଚନା ହୋଇଛି ।ଏହାପରେ ବିଧାୟକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦରମା ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର ପାଇଁ ପ୍ରସ୍ତାବ ଦେଇଛନ୍ତି ।

Leave A Reply

Your email address will not be published.