ଓଡ଼ିଆ ନ୍ୟୁଜ୍: ମୋକିମଙ୍କ ନୂଆ ଦଳ ଗଠନ ଚର୍ଚ୍ଚା ବଢ଼ିଲା।ଭେଟେରାନ ନେତା ବିଜୟ ମହାପାତ୍ରଙ୍କୁ ଭେଟିଲେ ମୋକିମ।ଭୁବନେଶ୍ୱର ସ୍ଥିତ ବାସଭବନରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା। ଦୁଇ ନେତାଙ୍କ ଭେଟଘାଟ ପରେ ସରଗରମ ରାଜ୍ୟ ରାଜନୀତି। ବରିଷ୍ଟ ରାଜନେତା ବିଜୟ ମହାପାତ୍ରଙ୍କ ଭୁବନେଶ୍ୱର ଘରେ ହଠାତ୍ ଗୁରୁବାର ପହଞ୍ଚିଥିଲେ ମହମ୍ମଦ ମୋକିମ୍। ଦୁଇ ନେତା ବେଶ୍ କିଛି ସମୟ ଆଲୋଚନା କରିଥିଲେ। ଏହି ଭେଟଘାଟ୍ ନେଇ ଗଣମାଧ୍ୟମରେ ସ୍ୱଭାବିକ ଉତ୍ସୁକତା ବେଳେ ବରିଷ୍ଠ ନେତା ଦୁହେଁ କିନ୍ତୁ ଘଟଣାଟିକୁ ହାଲୁକାରେ ନେଇଥିବା ସେମାନଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି।
ମୋକିମ୍ ତ ଏବେ ଚର୍ଚ୍ଚାରେ । ନିକଟରେ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍। ସୋମବାର ଠୁ ଚର୍ଚ୍ଚା ଥମୁନି। ନିଜେ ମୋକିମ୍ ମଧ୍ୟ ବହିଷ୍କାରଲ କୁ ନେଇ ସେ ଖୁସିଥିବା କହିବା ବେଳେ ନୂଆ ଦଳର ଗଠନ ନେଇ ସୂଚନା ଦେଇ ସାରିଛନ୍ତି। ଯଦିଓ ଏହା ମଧ୍ୟରେ ଦିଲ୍ଲୀରୁ କଂଗ୍ରେସ ନେତା ମାନେ ମୋକିମଙ୍କ ସହ ଫୋନରେ କଥା ହେବା ବେଳେ ବହିଷ୍କାରରେ ଟ୍ୱିଷ୍ଟ ଆସିବା ଆଲୋଚନା ବି ହେଉଛି।