ଓଡ଼ିଆ ନ୍ୟୁଜ୍: ଆଜି ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ।ଖରିଫ ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗରେ ବନ୍ଦ ପାଳନ।ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଚାଲିବ ବନ୍ଦ ପାଳନ।ଆନ୍ଦୋଳନରେ ଶହ ଶହ ସଂଖ୍ୟାରେ ଚାଷୀ ସାମିଲ।ବନ୍ଦରୁ ବାଦ୍ ପଡ଼ିବ ଜାତୀୟ ରାଜପଥ ଓ ରେଳ ରୋକ।ଧାନ କିଣା ସମସ୍ୟା ସମାଧାନ ଦାବିରେ ସମ୍ବଲପୁର ବନ୍ଦ। ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି।
ସମସ୍ତ ସରକାରୀ ଓ ବେସରକାରୀ ଅଫିସ, ସ୍କୁଲ, କଲେଜ, ଦୋକାନ ବଜାର ବନ୍ଦ ରହିଛି। କୃଷକ ସଙ୍ଗଠନର କର୍ମୀମାନେ ପିକେଟିଂ କରୁଛନ୍ତି। ବନ୍ଦକୁ ସମର୍ଥନ ପାଇଁ ଗତକାଲି ବାଇକ୍ ରାଲି କରାଯାଇଥିଲା। ସଙ୍ଗଠନ ସଭାପତି ବ୍ୟୋମକେଶ ଠାକୁରଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ୯୦% ଦ୍ୱିତୀୟ ପର୍ଯ୍ୟାୟ ଟୋକନ୍ ମିଳିଛି ।