ଓଡ଼ିଆ ନ୍ୟୁଜ୍: ଓଡ଼ିଶାରେ ଜାତୀୟ ଜଳମାର୍ଗ-୫ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଧାଇ।କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା।ପରିବେଶ ସମ୍ମତ କାର୍ଗୋ ପରିବହନ ପ୍ରୋତ୍ସାହନ ପାଇଁ ବଡ଼ ପଦକ୍ଷେପ।NW-5 ଦ୍ୱାରା ତାଳଚେର ଓ ଅନୁଗୋଳ ଖଣିଜ-ସମୃଦ୍ଧ ଅଞ୍ଚଳ ସଂଯୋଗ ହେବ।କଳିଙ୍ଗ ନଗର ଭଳି ଶିଳ୍ପ କେନ୍ଦ୍ରଗୁଡ଼ିକୁ ସଂଯୋଗ କରାଯିବ।ଏହି ଜଳମାର୍ଗ ପାରାଦୀପ ଓ ଧାମରା ବନ୍ଦର ସହିତ ସଂଯୋଗ କରିବ।ଏହା ଦ୍ୱାରା ଲଜିଷ୍ଟିକ୍ସ ଦକ୍ଷତା, ଶିଳ୍ପ ବିକାଶକୁ ପ୍ରୋତ୍ସାହନ ମିଳିବ।
ସବୁ ବର୍ଗ ପାଇଁ ବଜେଟ୍ ସହାୟକ ହେବ କହିଲେ ମଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ଐତିହାସିକ ବଜେଟ୍, ମୋଦିଙ୍କ ସ୍ବପ୍ନକୁ ସାକାର କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବଜେଟ୍ରେ ଯୁବଶକ୍ତିକୁ ଫୋକସ୍ କରାଯାଇଛି । ଏହି ବଜେଟ୍ ଶିଳ୍ପ, କୃଷିକୁ ପ୍ରାଧାନ୍ୟ ଦେବ । ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ବଜେଟ୍ରେ ଓଡ଼ିଶା ପାଇଁ ସ୍ବତନ୍ତ୍ର ଧ୍ୟାନ ନେଇ ଧନ୍ୟବାଦ ଜଣାଇଲେ । ‘ଟର୍ଟଲ ଟ୍ରେଲ୍’, ‘NW-୫’, ‘ବିରଳ ମୃତ୍ତିକା କରିଡର’ ପାଇଁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାକୁ ପ୍ରାଧାନ୍ୟ ଦିଆଯାଇଛି ମୁଖ୍ୟମନ୍ତ୍ରୀ କହିଛନ୍ତି । ନିଯୁକ୍ତି ସୃଷ୍ଟି ଓ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ବ ଦିଆଯାଇଛି ।
ପବିତ୍ର ମାଘ ପୂର୍ଣ୍ଣିମା ଏବଂ ସନ୍ଥ ଗୁରୁ ରବିଦାସ ଜୀଙ୍କ ଜୟନ୍ତୀର ପବିତ୍ର ଅବସରରେ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ମାର୍ଗଦର୍ଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ‘କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭’କୁ ମୁଁ ସ୍ୱାଗତ ଜଣାଉଛି ।