ଅଗଷ୍ଟରେ ଆସିବ ମୋଲନୁପିରାଭିର ଟିକା, ମାତ୍ର ୮ ଦିନରେ କରୋନାରୁ ମୁକ୍ତି ମିଳିବ ବୋଲି କହିଲେ ଡାକ୍ତର

0

ବର୍ତ୍ତମାନ ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିବା ସହ ତୃତୀୟ ଲହରର ଆଶଙ୍କା ରହିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଟିକାକରଣକୁ ଜୋରଦାର କରାଯାଉଛି । ତେବେ ଏହି ସମୟରେ ଜନସାଧାରଣଙ୍କ ପାଇଁ କରୋନାକୁ ନେଇ ଏକ ଖୁସି ଖବର ଆସିଛି । ମର୍କ ତଥା ରିଡଜବ୍ୟାକ ବାୟୋଥେରାପ୍ୟୁଟିକ୍ସ ଏଲପି ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକା ମୋଲନୁପିରାଭିର କରୋନାକୁ ମାତ୍ର ୮ ଦିନରେ ସମାପ୍ତ କରିଦେବ ବୋଲି କୁହାଯାଉଛି ।

ଜଣାପଡ଼ିଛି ଯେ, ମୋଲନୁପିରାଭିର ଭ୍ୟାକ୍ସିନକୁ ପ୍ରଥମ ପର୍ଯ୍ୟାୟରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । ପୂର୍ବରୁ କରୋନା ରୋଗୀଙ୍କୁ ସୁସ୍ଥ ହେବା ପାଇଁ ୧୪ ଦିନ ଲାଗୁଥିବା ବେଳେ ଏବେ ମାତ୍ର ୮ ଦିନ ଲାଗିବ । ଓଡ଼ିଶାରେ ଖୁବଶୀଘ୍ର ମୋଲନୁପିରାଭିର ଉପଲବ୍ଧ ହେବ । ଆସନ୍ତା ଅଗଷ୍ଟ ମାସ ଶେଷ ସୁଦ୍ଧା ବଜାରକୁ ଏହି ଟିକା ଆସିବ । ପ୍ରତିଦିନ ମୋଲନୁପିରାଭିର ଟିକାର ଦୁଇଟି ଟାବଲେଟ୍ ସେବନ କରିବାକୁ ପଡ଼ିବ । ଭୟଙ୍କର କରୋନା ଭାଇରସକୁ ହରାଇବା ପାଇଁ ଏହା ଏକ ଶକ୍ତିଶାଳୀ ଅସ୍ତ୍ର ହେବ ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ମୋଲନୁପିରାଭିରର ଜରୁରୀକାଳୀନ ବ୍ୟବହାର ପାଇଁ ହେଟେରୋ କମ୍ପାନୀ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)ଙ୍କୁ ଅନୁମତି ମାଗିଥିଲା । ଏହି ଭ୍ୟାକ୍ସିନ କରୋନୀ ରୋଗୀଙ୍କୁ ୫ ଦିନରେ ସୁସ୍ଥ କରିଦେବ ବୋଲି କ୍ଲିନିକାଲ ଟ୍ରାଏଲ ଆଧାରରେ କମ୍ପାନୀ ଦାବି କରିଥିଲା । ଯେଉଁ ରୋଗୀମାନେ ମେଡିକାଲରେ ଭର୍ତ୍ତି ନହୋଇ ଘରେ ଚିକିତ୍ସିତ ହେଉଛନ୍ତି, ସେମାନଙ୍କୁ ଏହି ଭ୍ୟାକ୍ସିନ୍ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଥିଲା ।

Leave A Reply

Your email address will not be published.