ପୁଅର ଖୁସି ପାଇଁ ଏମିତି କରିଲେ ମା, ଭାଇରାଲ ହେଲା ଭିଡିଓ…

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ମା’ କେବଳ ଏକ ଡାକ ନୁହେଁ ମମତାର ଅସରନ୍ତି ଭଣ୍ଡାର । କେବେବି ଦେଖିପାରେନି ସନ୍ତାନର ସୁଖିଲା ମୁହଁ । ସବୁ ଅଳିଅଝଟକୁ ପୁରଣ କରି ତା ପିଲାକୁ କୋଳେଇ କାଖେଇ ବଡ କରୁଥିବା ଜୀଅନ୍ତା ଠାକୁରାଣୀଟେ ହେଉଛି ମା’ । ନିଜ ସହ ହେଉ ଅବା ନିଜ ଚାରି ପାଖରେ ହେଉ ମାଆର ବାତ୍ସଲ୍ୟ ମମତାକୁ ନେଇ ଅନେକ ଘଟଣା ଆପଣ ଆଗରୁ ଦେଖିଥିବେ। ହେଲେ ସଜ ସଜ ଭାଇରାଲ ହେଉଥିବା ଏଇ ଭିଡିଓ ଉପରେ ଟିକେ ନଜର ପକାନ୍ତୁ ।

ଭିଡିଓଟିରେ ଆପଣ ଅବାକ୍ ହେଲାଭଳି ଘଟଣାଟେ ଦେଖିବେ । ଯେଉଁଥିରେ ଜଣେ ମା’ ଶାଢ଼ୀ ପିନ୍ଧି ସାଇକେଲ ଚଳାଉଥିରେବାର ନଜର ଆସୁଛନ୍ତି । ଆଉ ଏହି ସାଇକେଲ ପଛରେ ତାଙ୍କ ନିଜ ଛୁଆ ବସିଛି। ଆଉ ଶିଶୁଟିକୁ ଯେମିତି ଆରାମ ଲାଗିବ ସେନେଇ ଏକ ଯୁଗାଡ ବି କରିଦେଇଛନ୍ତି ଏହି ମା’ ଜଣଙ୍କ। ମା’ ସାଇକେଲ ସିଟର ପଛ ପଟରେ ଏକ ଚୌକି ଲଗେଇ ଦେଇଛନ୍ତି ଜ୍ଝ ଯାହା ଦ୍ୱାରା ପିଲାଟି ଖୁବ ଆରାମରେ ମା’ ପଛ ପଟରେ ବସି ଖୁବ୍ ମନ ଆନନ୍ଦରେ ଯାଉଛି। ତାର ଆଉ କିଛି ବି ଚିନ୍ତା ନାହିଁ । ମା’ ପଛ ପଟରେ ନିଜକୁ ଖୁବ ସୁରକ୍ଷିତ ମନେ କରୁଛି ଶିଶୁଟି। ମା’ ଜଣଙ୍କର ଏହି ଚେଷ୍ଟା ଓ ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି । ଅଙ୍କିତା ଶର୍ମା ନାମ୍ନୀ ଜଣେ ଆଇପିଏସ ଅଧିକାରିଣୀ ଭିଡିଓଟିକୁ ସେୟାର କରିବା ପରେ ଭିଡିଓଟି ବେଶ୍ ଭାଇରାଲ୍ ହେଉଛି । ମାଆଟିର ଅକୁଣ୍ଠ ମମତାକୁ ନେଇ ଅନେକ କମେଣ୍ଟ ଆସୁଛି । ମା’ ଓ ପୁଅଙ୍କ ମଧ୍ୟରେ ଏହି ମଧୁର ସମ୍ପର୍କ ସମସ୍ତଙ୍କ ହୃଦୟ ଜିଣି ନେଇଛି ।

Leave A Reply

Your email address will not be published.