ବିଦ୍ରୋହୀଙ୍କ ଆକ୍ରମଣରେ ପାକିସ୍ତାନ ୧୦୨ରୁ ଉର୍ଦ୍ଧ୍ବ ସେନାଙ୍କ ମୃତ୍ୟୁ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଶାନ୍ତ ହୋଇ ଉଠିଛି ପାକିସ୍ତାନ। ଘନଘନ ଆତଙ୍କବାଦୀ ଆକ୍ରମଣରେ ଥରି ଉଠିଛି ବଲୁଚିସ୍ତାନ। ପ୍ରଥମେ ଆତଙ୍କବାଦୀମାନେ ଯାତ୍ରୀବାହୀ ବସ୍‌ ଉପରେ ଆକ୍ରମଣ କରିଥିଲେ। ଏଥିରେ ୨୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହାର କିଛି ଘଣ୍ଟା ପରେ ସେହି ବଲୁଚିସ୍ତାନର କଲାତ ଜିଲ୍ଲାରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି। “ଅପରେସନ୍ ହେରୋଫ୍” ଆରମ୍ଭ କରିବାର ପ୍ରାୟ ଛଅ ଘଣ୍ଟା ପରେ ବାଲୁଚିସ୍ତାନର ପ୍ରମୁଖ ରାଜପଥରେ ଏକ ସେନା ଶିବିର ଏବଂ ସାମରିକ ଚେକପଏଣ୍ଟକୁ ଟାର୍ଗେଟ କରି 102 ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରାଯାଇଛି ।

ହଁ ଆଜ୍ଞା ଭାରତର ସୀମା ଏବେ ପୁରା ହାଇ ଆଲେର୍ଟ ରେ ରହିଛି । ଭାରତ ମଧ୍ୟରେ ଆଉ ବିସ୍ଫୋରକ କରିବାକୁ ସାହାସ କରିପାରୁନାହିଁ ପାକିସ୍ତାନ । ସେଥିପାଇଁ ନିଜ ଦେଶ ମଧ୍ୟରେ ଏବେ ଆରମ୍ଭ ହୋଇଛି ହିଂସା । ଦିନ କି ଦିନ ପାକିସ୍ତାନ ର ସ୍ଥିତି ଏବେ ସଂକୀର୍ଣ୍ଣ ହେବାକୁ ଲାଗିଛି। ଅହରହ ବଢୁଛି ଆତଙ୍କର ହିଂସା । ପାକିସ୍ତାନର ଜନତା ଏବେ ଭୟରେ ବଞ୍ଚୁଛନ୍ତୁ । କେତେବେଳେ କଣ ହେବ କିଛି କହି ହେବା ନାହିଁ । ଅନ୍ୟପଟେ ଦେଖିବାକୁ ଗଲେ ବେଲୁଚିସ୍ତନ ଲିବରେସନ ଆର୍ମି ଏହି ଘଟଣା କରିଛି। ଭୀଷଣ ଗୁଳିମାଡରେ ପାକିସ୍ତାନୀ ସେନା ଶିବିର ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି ।

ପାକିସ୍ତାନୀ ସେନା ଏହି ଖବର ପ୍ରସାରଣ ନକରିବାକୁ ଗଣମାଧ୍ୟମକୁ ମନା କରିଦେଇଛି । ଇଣ୍ଟରନେଟ୍‌ ଏବଂ ଫୋନ କଲ୍‌କୁ ମଧ୍ୟ ବନ୍ଦ କରିଦିଆଯାଇଥିବା କହିଛି ବିଏଲ୍‌ଏ’ । ବେଲୁଚିସ୍ତାନ ଲିବରେସନ୍‌ ଆର୍ମୀ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଆକ୍ରମଣ ବିଫଳ ହୋଇଥିବା ପାକିସ୍ତାନୀ ସେନା କରୁଥିବା ଦାବି ସମ୍ପୂର୍ଣ୍ଣ ମିଛ । ପିଏଲ୍‌ଏର ଟାର୍ଗେଟ୍‌ ପୁରାପୁରି ଭାବେ ସଫଳ ହୋଇଛି । ଅନ୍ୟପଟେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ, ଆକ୍ରମଣ ବିଫଳ କରିଥିବାରୁ ସେନାକୁ ତାରିଫ୍‌ କରିଛନ୍ତି । ଇମ୍ରାନ୍‌ କହିଛନ୍ତି, ପୁରା ଦେଶ ପାକିସ୍ତାନୀ ସେନା ସହ ଅଛି ।

Comments are closed.