ନବ ଦାସ ହତ୍ୟା ମାମଲା: ତଦନ୍ତର ତଦାରଖ କରୁଥିବା ଜଷ୍ଟିସ ଜେ.ପି ଦାସ ଘଟଣାସ୍ଥଳକୁ ଯିବେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରୁଥିବା ଜଷ୍ଟିସ ଜେ.ପି ଦାସ ଘଟଣାସ୍ଥଳକୁ ଯିବେ । ତଦନ୍ତ ସଂପର୍କରେ ସେ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ କିଛି ପରାମର୍ଶ ଦେଇଛନ୍ତି । ଆଜି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଜଷ୍ଟିସ ଜେ.ପି ଦାସଙ୍କୁ ତାଙ୍କ କଟକ ସ୍ଥିତ ବାସଭବନରେ ଭେଟି ତଦନ୍ତର ଅଗ୍ରଗତି ବାବଦରେ ଅବଗତ କରାଇଛନ୍ତି । ଅଭିଯୁକ୍ତ ଗୋପାଳ ଦାସ ଦୋଷ ସ୍ୱୀକାର କରିଛି । ଗୋପାଳର ବନ୍ଧୁକ, ଗୁଳି ଓ ମୋବାଇଲ ଫୋନକୁ ତଦନ୍ତ ପାଇଁ ଏସଏଫଏସଏଲକୁ ପଠାଯାଇଛି ।

ଗୋପାଳର ପରିବାର ଲୋକ, ସାଙ୍ଗଙ୍କୁ ପଚରାଉଚରା କରାଯାଇଛି । ଏସବୁ ବାବଦରେ ଜଷ୍ଟିସ ଦାସଙ୍କୁ ଅବଗତ କରାଇଛନ୍ତି ବୋଥ୍ରା । ଏହାପରେ ଜଷ୍ଟିସ୍‌ ଜେପି ଦାସ ପ୍ରତିକ୍ରିୟା ରଖିଛନ୍ତି । ଘଟଣାସ୍ଥଳକୁ ସେ ଯିବେ ବୋଲି କହିଛନ୍ତି। ତଦନ୍ତ ଅଗ୍ରଗତି ନେଇ ADG ବୋଥ୍ରା ମୋତେ ଅବଗତ କରାଇଛନ୍ତି । ତଦନ୍ତକୁ ନେଇ କେତେକ ପରାମର୍ଶ ଦେଇଛି। ତଦନ୍ତ ଜାରି ରହିଛି, ଆଶା କରୁଛି ନିର୍ଯାସରେ ପହଞ୍ଚିବ। ଅତିଶୀଘ୍ର ଆଉ ଥରେ ଆଲୋଚନା କରାଯିବ ବୋଲି ଜଷ୍ଟିସ ଜେପି ଦାସ କହିଛନ୍ତି । ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ ଦାୟିତ୍ୱରେ ହାଇକୋର୍ଟର ଅବରସପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ ଅଛନ୍ତି ।

Leave A Reply

Your email address will not be published.