ରେଳ ବଜେଟ୍‌ରେ ଅନୁଦାନ ନେଇ କେନ୍ଦ୍ରକୁ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଟାର୍ଗେଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରେଳ ବଜେଟ୍‌ରେ ଅନୁଦାନ ନେଇ କେନ୍ଦ୍ରକୁ ବିଜେଡିର ଟାର୍ଗେଟ । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟୁଇଟ୍‌ କରି କହିଛନ୍ତି, ସେ କହିଛନ୍ତି ଚଳିତ ବର୍ଷ ରେଳ ବଜେଟରେ ଓଡ଼ିଶା ପାଇଁ ଅଧିକ ଅର୍ଥ ଆବଣ୍ଟନ ହୋଇଥିବା କହି ବାହା ବାହା ନେବା ଛାଡ଼, ବାସ୍ତବତା କଣ ସେଟା ଓଡ଼ିଶାବାସୀ ବହୁତ ଭଲ ଭାବେ ବୁଝି ସାରିଛନ୍ତି। ଉଦାହରଣ, ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ଯାହା ଆପଣଙ୍କ ସରକାରଙ୍କ ପୂର୍ବରୁ କାମ ଆରମ୍ଭ ହୋଇଥିଲା। ୯ ବର୍ଷରେ ମାତ୍ର ଖୋର୍ଦ୍ଧାରୁ ନୟାଗଡ଼ ରେଳ ଚାଲି ପାରିଛି।

ଏ ହେଉଛି ଓଡ଼ିଶାରେ ରେଳ ବିକାଶର ବାସ୍ତବ ଚିତ୍ର। ଓଡ଼ିଶାବାସୀଙ୍କୁ ଆଉ ଭୁଆଁ ବୁଲାନ୍ତୁ ନାହିଁ। ଯଦି କାମ କରି ପାରୁନାହାନ୍ତି ତେବେ ଚୁପ ରୁହନ୍ତୁ। ଆବଣ୍ଟନର ସ୍ୱପ୍ନ ଭିତରେ ବାସ୍ତବତା କେତେ ତାହା ଓଡ଼ିଶାବାସୀ ଜାଣି ସାରିଛନ୍ତି।

୨୦୨୧-୨୨ ବର୍ଷରେ ଓଡ଼ିଶା ପାଇଁ ରେଳରେ ଆବଣ୍ଟିତ ହୋଇଥିବା ଅର୍ଥ ବାସ୍ତବରେ କେତେ ଖର୍ଚ୍ଚ ହୋଇଛି, ଯଦି ଦେଖାଯିବ ତେବେ ଆବଣ୍ଟନ ସ୍ୱପ୍ନର ବାସ୍ତବତା ପ୍ରତିଫଳିତ ହେବ। ମୁଁ ପୁଣି ଅନୁରୋଧ କରୁଛି ଦୟାକରି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାନ୍ତୁ ନାହିଁ।

Leave A Reply

Your email address will not be published.