ରୂପାନ୍ତରିତ ହେବ କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ବର ପୀଠ, ସମୀକ୍ଷା କଲେ 5T ସଚିବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ବର ପୀଠ ରୂପାନ୍ତରିତ ହେବ। ଖୁବଶୀଘ୍ର ଏନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଫାଇଭ-ଟି ସଚିବ ଗୁପ୍ତେଶ୍ବର ସହ କୋରାପୁଟ ଜିଲ୍ଲାର ଅନ୍ୟାନ୍ୟ ଧର୍ମୀପୀଠ ଓ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିଥିଲେ । ବୈପାରିଗୁଡା ବ୍ଲକର ସାବରୀ ନଦୀ ଘାଟ ଓ ଗୁପ୍ତେଶ୍ବର ପୀଠ ବୁଲିବା ପରେ ଫାଇଭ-ଟି ସଚିବ ସେଠାରେ ପ୍ରାଶାସନିକ ଅଧିକାରୀ ଓ ସେବାୟତଙ୍କ ସହ ଆଲୋଚନା କରିଥିଲେ । ଏହି ପୀଠର ଉନ୍ନତିକରଣ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ପର୍ଯ୍ୟଟକଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ସହ ପରିବେଶକୁ କିଭଳି ସୁରକ୍ଷିତ ରଖାଯାଇପାରିବ ସେନେଇ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ଫାଇଭ-ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପରେ ସେ କୋଟପାଡ ସ୍ଥିତ ଦମୟନ୍ତୀ ସାଗର ବୁଲି ଦେଖିଥିଲେ । ଦମୟନ୍ତୀ ସାଗର ଓ ଏହାର ଆଖପାଖ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ସେ ଆବଶ୍ୟକ ପରାମର୍ଶ ଦେଇଛନ୍ତି । କୋଟପାଡରେ ନିର୍ମାଣଧିନ ବହୁମୁଖୀ ଇଣ୍ଡୋର ହଲ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ମାନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପରେ ସେ କୋଟପାଡ କଲେଜ ପରିଦର୍ଶନରେ ଯାଇ ଶ୍ରେଣୀଗୃହର ଉନ୍ନତିକରଣ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ମାଷ୍ଟରପ୍ଲାନ ଆଧାରରେ ପର୍ଯ୍ୟାୟ କ୍ରମେ ଜଗନ୍ନାଥ ସାଗର ହ୍ରଦର ବିକାଶ କରିବାକୁ ପରାମର୍ଶ ଦେଇଛନ୍ତି । ଜୟପୁର ପୌର ପରିଷଦ ଏବଂ ଜଳସମ୍ପଦ ବିଭାଗ ମିଳିତ ଭାବେ ଏହି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.