ଉତ୍କଳ ଗୈାରବ ମଧୁସୁଦନ ଦାସଙ୍କ ୯୦ତମ ତିରୋଧାନ ଦିବସ, ରାଜଭବନ ଛକସ୍ଥିତ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡିଆ ଜାତିର ସ୍ୱାଭୀମାନ ତଥା ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ଉତ୍କଳ ଗୈାରବ ମଧୁସୁଦନ ଦାସଙ୍କ ଆଜି ୯୦ତମ ତିରୋଧାନ ଦିବସ । ମଧୁବାବୁ ଭାବେ ଘରେ ଘରେ ପରିଚିତ ମଧୁସୁଦନ ଦାସ ହେଉଛନ୍ତି ଓଡିସାର ପ୍ରଥମ ଆଇନଜୀବି । ସେ ଓଡିଶାର ଲୋକଙ୍କ ରାଜନୈତିକ, ସାମାଜିକ ତଥା ଅର୍ଥନୈତିକ ଉନ୍ନତି ପାଇଁ କାର୍ଯ୍ୟ କରିବା ସହିତ ଜଣେ ଆଇନଜୀବି, ସାମ୍ବାଦିକ, ବିଧାୟକ, ରାଜନେତା ତଥା ସାମାଜିକ ସଂସ୍କାରକ ଭାବରେ କାର୍ଯ୍ୟ କରି ଓଡିଶାବାସୀଙ୍କ ହୃଦୟରେ ରହିଯାଇଛନ୍ତି ।
୧୮୪୮ ମସିହାରେ ଜନ୍ମଗ୍ରହଣ କରିଥିବା ଆଜି ସେହି ମହାପୁରୁଷ ମଧୁବାବୁଙ୍କ ୯୦ତମ ତିରୋଧାନ ଦିବସ । ଏହି ଅବସରରେ ଆଜି ଭୁବନେଶ୍ୱରର ରାଜଭବନ ଛକସ୍ଥିତ ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା । ଏହି ଅବସରରେ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ସହିତ ଓଡିଆ ଭାଷା, ସାହିତ୍ୟ ଓ ଶିକ୍ଷାର ପ୍ରସାର କ୍ଷେତ୍ରରେ ମଧୁବାବୁଙ୍କ ଅତୁଳନୀୟ ଅବଦାନ ଆମମାନଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଶ୍ରୀ ମହାନ୍ତି ଏହି ଅବସରରେ କହିଛନ୍ତି ।