ମୁମ୍ବାଇ(ଓଡ଼ିଆ ନ୍ୟୁଜ୍): ପୁଣି ପରଦାକୁ ଫେରିବେ ନବେ ଦଶକର ବଲିଉଡର ଚର୍ଚ୍ଚିତ ଚେହେରା ନାନା ପାଟେକର। ପ୍ରକାଶ ଝାଙ୍କ ୱେବ୍ ସିରିଜ୍ ‘ଆଶ୍ରମ’ ମାଧ୍ୟମରେ ପୁଣି ଦର୍ଶକଙ୍କ ସାମ୍ନାକୁ ଆସିବେ ନାନା। ତେବେ ଏନେଇ ନାନା ପାଟେକର ନିଜ ନିଜ କମ୍ବ୍ୟାକ୍ ପ୍ରୋଜେକ୍ଟକୁ ନେଇ ମୁଁହ ଖୋଲିଛନ୍ତି। ସେ କହିଛନ୍ତି, ପ୍ରକାଶ ଝାଙ୍କ ୱେବ୍ ସିରିଜ୍ ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ତେବେଏହି ୱେବ୍ ସିରିଜ୍ ଆଶ୍ରମ ନୁହେଁ ବରଂ ଲାଲ୍ ବତୀ ହେବ। ଲାଲ ବତୀ ଏକ ସାମାଜିକ ରାଜନୈତିକ ୱେବ୍ ସିରିଜ୍ ହେବ।
ଏହି ସିରିଜ୍ ମାଧ୍ୟମରେ ନାନା ପାଟେକର ଏବଂ ପ୍ରକାଶ ଝା ପୁଣି ଥରେ ଏକାଠି କାମ କରିବେ। ଏହାପୂର୍ବରୁ ଦୁହେଁ ଫିଲ୍ମ ‘ରଜନୀତି’ରେ ଏକାଠି କାମ କରିଥିଲେ। ୨୦୧୦ରେ ଆସିଥିବା ଏହି ଫିଲ୍ମରେ ରଣବୀର କପୁର, ଅଜୟ ଦେବଗନ୍, ନାସିରୁଦ୍ଦିନ ଶାହା, ମନୋଜ ବାଜପେୟୀ ଏବଂ କ୍ୟାଟ୍ରିନା କୈଫ ପ୍ରମୁଖ ଭୂମିକାରେ ନଜର ଆସିଥିଲେ।