ସୋସିଆଲ ମିଡିଆରେ ଝିଅ ସହ ଫଟୋ ସେୟାର କଲେ ମାଷ୍ଟର ବ୍ଲାଷ୍ଟର, ୟୁଜର କହିଲେ ଏମିତି…

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍) : ଦୀର୍ଘ ଦିନର ବ୍ୟବଧାନ ପରେ ସୋସିଆଲ ମିଡିଆରେ ଝିଅ ସହ ଫଟୋ ସେୟାର କରିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର। ନିକଟରେ ଆଇପିଏଲର ମୁମ୍ବାଇ ଇଣ୍ଡିଆନ ଟିମ୍ ସହ ମେଣ୍ଟର ଭାବେ ଯୋଡ଼ି ହୋଇଥିବା ସଚିନ ଆଇପିଏଲ ସରିବା ପରେ ଏବେ ଅବସର ସମୟ ବିତାଉଛନ୍ତି। ତେବେ ଏହି ଫ୍ରି ସମୟରେ ସେ  ତାଙ୍କର ଇନଷ୍ଟାଗ୍ରାମରେ ଝିଅ ସାରା ସହ ଏକ ଫଟୋ ସେୟାର କରିଛନ୍ତି। ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସଚିନ ସାରା ସହ ନିଜର ଏକ ଥ୍ରୋ-ବ୍ୟାକ୍ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସାରା ତେନ୍ଦୁଲକର ବହୁତ ଛୋଟ ଅଛନ୍ତି ।

https://www.instagram.com/p/Ce6DC9tOXl1/?utm_source=ig_embed&ig_rid=63dd66cd-31d4-42ef-9f4a-48850302548c&ig_mid=9A83F6D8-7AC7-4CF0-A161-FD81AE4770CF

ସଚିନ ଏହି କ୍ୟୁଟ୍ ଫଟୋ ସହ କ୍ୟାପସନ ଦେଇଛନ୍ତି କି, ଏକ ଫଟୋ ଯାହା ମୋର ସବୁ ଖୁସିକୁ ଏକଜୁଟ କରୁଛି । ସାରା ତେନ୍ଦୁଲକର ବି ଏହି ଫଟୋ କମେଣ୍ଟ କରି ଲେଖିଛନ୍ତି କି ଲଭ ୟୁ । ସଚିନଙ୍କ ସାଙ୍ଗ ଏବଂ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ବି ଏହି ସ୍ପେଶାଲ ଫଟୋରେ କମେଣ୍ଟ କରିଛନ୍ତି। ସେହିପର ଫ୍ୟାନ୍ସମାନେ ଏହି ଫଟୋକୁ ଦେଖି କହିଛନ୍ତି କି ପାପା କି ପରୀ ।

 

 

Leave A Reply

Your email address will not be published.