ଆଜି ସକାଳୁ ଦେଶବ୍ୟାପୀ ଡାକ୍ତର ସଂଘର ଆନ୍ଦୋଳନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପକ୍ଷରୁ ଡାକ୍ତରଙ୍କ ଦ୍ବାରା ଡକାଯାଇଥିବା ୨୪ ଘଣ୍ଟିଆ ଦେଶବ୍ୟାପୀ ଧର୍ମଘଟ ଶନିବାର ଦିନ ଆରମ୍ଭ ହୋଇଯାଇଛି। ଟ୍ରେନି ଡ୍ରାକ୍ତରଙ୍କ ବିରୋଧରେ ହୋଇଥିବା ଭୟଙ୍କର ନିର୍ଯାତନା ପ୍ରତିବାଦରେ ଆଜି ଇଣ୍ଡିଆନ ମେଡିକାଲ ଆସୋସିଏଶନ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛି। ଏଥିଯୋଗୁ ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ ହେଉଛି।

ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ୨୪ ଘଣ୍ଟା କାଳ ଆନ୍ଦୋଳନ କରାଯାଉଛି। ଏହି ଧର୍ମଘଟରେ ପ୍ରଫେସର, ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ଏମର୍ଜେନ୍ସି ସେବା ଛାଡ଼ି ଓପିଡି, ଓଟି ଓ ଲ୍ୟାବ ସେବା ବୟକଟ ପାଇଁ ଆହ୍ବାନ ଦିଆଯାଇଛି। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁ ଓଡ଼ିଶା ସମେତ ବି ଗୁଜରାଟ, କେରଳ, କର୍ଣ୍ଣାଟକା ସମେତ ଦେଶର ସବୁ ସହରରେ ସ୍ୱାସ୍ଥ୍ୟାବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଏହି ସମୟରେ ଓପିଡି ଏବଂ ଅନ୍ୟ ସେବା ବନ୍ଦ ରହିବ। ତେବେ ଅତି ଜରୁରୀ ସେବା ଜାରି ରହିବ। ଇମର୍ଜେନ୍ସି କେୟାର ଏବଂ ଅତ୍ୟନ୍ତ ଜଟିଳ ଚିକିତ୍ସା ଜାରି ରହିବ ବୋଲି କୁହାଯାଇଛି ।

‌କୌଣସି ପ୍ରକାର ଜରୁରୀ ମେଡିକାଲ ଆବଶ୍ୟକତା ପାଇଁ କାଜୁଆଲ୍‌ଟି ସେବା ଉପଲବ୍ଧ ହେବ। ଏହା ଦଶନ୍ଧିରେ ସବୁଠାରୁ ବଡ଼ ଆନ୍ଦୋଳନ ହେବ ଏବଂ ଅଧିକାଂଶ ହସ୍ପିଟାଲ୍‌ରେ ସେବା ବନ୍ଦ ରହିବ। ଅନ୍ୟପକ୍ଷେ ଅମୃତସର ସରକାରୀ ମେଡିକାଲ କଲେଜର କନିଷ୍ଠ ଡାକ୍ତରମାନେ ଆଜିଠାରୁ ସମସ୍ତ ଅଣ ଅତ୍ୟାବଶ୍ୟକ ହସ୍ପିଟାଲ୍‌ ସେବା ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ‌ବୋଲି ଘୋଷଣା‌ କରିଛନ୍ତି। ସେହିପରି ଦିଲ୍ଲୀରେ ମଧ୍ୟ କନିଷ୍ଠ ଡାକ୍ତରମାନେ ଆଜି ଅପରାହ୍ନରେ ମିଳିତ ଆନ୍ଦୋଳନ ଯାତ୍ରା କରିବା ସହ ବିକଳ୍ପ ସେବା ବନ୍ଦ ରଖିବାକୁ ଘୋଷଣା କରିଛନ୍ତି।

Comments are closed.