କେନ୍ଦ୍ରାପଡାରେ ମିଳିଛି ପ୍ରାକୃତିକ ତୈଳର ସନ୍ଧାନ, ଜମି ହରାଇବାକୁ ଥିବା ଲୋକଙ୍କୁ ମିଳିବ ସହାୟତା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଯମପଡା ପଂଚାୟତର ଗଉଡଗାଁରେ ମିଳିଛି ହାଇଡ୍ରୋକାର୍ବନର ସଂଧାନ। ମହାନଦୀ ଅବବାହିକାର କରାଣ୍ଡିଆ ନଦୀର ଦକ୍ଷିଣ ପାର୍ଶରେ ଏହି ପ୍ରାକୃତିକ ତୈଳର ସଂଧାନ ମିଳିଛି । ଏନେଇ ଅଏଲ୍ ଇଣ୍ଡିଆ କମ୍ପାନୀ କତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କାର୍ଯ୍ୟ ଶେଷ ହେବାପରେ ଆରମ୍ଭ ହୋଇଛି ଜମି ହରାଉଥିବା ସ୍ଥାନୀୟ ଲୋକମାନଙ୍କୁ କ୍ଷତିପୂରଣ ଦେବା କାର୍ଯ୍ୟ। ମାଟିତଳ ହାଇଡ୍ରୋକାର୍ବନ ଉତ୍ତୋଳନ ପାଇଁ ପ୍ରାୟ ୧୪ ଏକର ୭୪ ଡିସିମିଲ ଜମି ଚିହ୍ନଟ ହୋଇଥିବା ବେଳେ ଆବଶ୍ୟକ ହେଉଥିବା ଜମି ପାଇଁ ୧୧୪ ଜଣ ସ୍ଥାନୀୟ ଲୋକ ମାନଙ୍କୁ ୧ କୋଟି ୬୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ ।

ଜମି ମାଲିକ ମାନଙ୍କ ଠାରୁ ୩ ବର୍ଷ ପାଇଁ ଆବଶ୍ୟକ ହେଉଥିବା ଜମିକୁ ଲିଜ୍ ଆକାରରେ ନେବେ କମ୍ପାନୀ କତୃପକ୍ଷ। ଏନେଇ ଯମପଡା ରାଜଶ୍ବ ନିରିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ଶିବିର କରାଯାଇ ଅଏଲ୍ ଇଣ୍ଡିଆ କମ୍ପାନୀ କତୃପକ୍ଷ ଓ ଜିଲ୍ଲା ପ୍ରଶାସନଙ୍କ ମିଳିତ ଉପସ୍ଥିତିରେ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ପ୍ରଥମେ ୩ ବର୍ଷ ପାଇଁ ଜମି ଗୁଡିକ ଲିଜ୍ ସୁତ୍ରରେ ନିଆଯିବ ଆବଶ୍ୟକ ପଡିଲେ ଏହି ଅବଧି ବୃଦ୍ଧି କରିଯିବ ବୋଲି ସୁଚନା ମିଳିଛି । ଏହା ପରେ ୧୪୬ ଫୁଟ ଉଚ୍ଚର ଏକ ଡ୍ରିଲିଙ୍ଗ ପାଇଁ ଆବଶ୍ୟକ ହେଉଥିବା ରିକ୍ ମେସିନ୍ ସାହାର୍ଯ୍ୟରେ ପ୍ରାୟ ୨୫୦୦୦ ମିଟର ମାଟି ତଳକୁ ଡ୍ରିଲ୍ କରାଯାଇ କେତେ ପରିମାଣର ତୈଳ ଗଛିତ ଅଛି ତାହାର ଅନୁସନ୍ଧାନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି କମ୍ପାନୀ କତୃପକ୍ଷ ସୁଚନା ଦେଇଛନ୍ତି।

Leave A Reply

Your email address will not be published.