ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଓଡିଶାର ୩ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ରାଜ୍ୟର ତିନି କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଶପଥ ଗ୍ରହଣ ପରେ ଶୁଭେଚ୍ଛା ଜଣାଇଛନ୍ତି।

ନବୀନ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ ରେ ପୋଷ୍ଟ କରି ଲେଖିଛନ୍ତି ଯେ, କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ଆପଣଙ୍କର ଏକ ସଫଳ କାର୍ଯ୍ୟକାଳ ଏବଂ ଲୋକଙ୍କ ଆକାଂକ୍ଷା ପୂରଣ କରିବାରେ ଆପଣଙ୍କ ଦଳକୁ ଶୁଭେଚ୍ଛା । ଆମର ପ୍ରିୟ ଦେଶ ଆପଣଙ୍କ ନେତୃତ୍ବରେ ଶୀର୍ଷରେ ପହଞ୍ଚୁ । କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ ଏବଂ ଅଶ୍ବିନୀ ବୈଷ୍ଣବଙ୍କୁ ଶୁଭେଚ୍ଛା।

ଦେଶ ପାଇଁ ଏବଂ ବିଶେଷ ଭାବରେ ଓଡ଼ିଶାର ଲୋକଙ୍କ ପାଇଁ ଆପଣମାନଙ୍କର ସମ୍ପୃକ୍ତ ମନ୍ତ୍ରଣାଳୟରେ ଆପଣମାନଙ୍କୁ ବଡ଼ ସଫଳତା କାମନା କରୁଛି। ଏଣେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।   ଏହା ସହ ସେ ଲେଖିଛନ୍ତି ଯେ, ଦେଶ ପାଇଁ ଏବଂ ବିଶେଷ ଭାବରେ ଓଡିଶାର ଲୋକଙ୍କ ପାଇଁ ଆପଣ ସମ୍ପୃକ୍ତ ମନ୍ତ୍ରାଳୟରେ ସ୍ଥାନ ପାଇଥିବାରୁ ବଡ ସଫଳତା କାମନା କରୁଛି ।

Comments are closed.