ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଛାତରେ ରଡ଼ ବାନ୍ଧୁଥିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳି ଗଲେ ଦୁଇ ଜଣ ଶ୍ରମିକ। ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ଆଲୁଅଝରଣ ଗାଁରେ ଏହି ଅଘଟଣ ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ୨ ଶ୍ରମିକ ।
ଏଭଳି କିଛି ଅଭାବବନୀୟ ଘଟଣା ଘଟିଛି ଢେଙ୍କାନାଳ ତୁମୁସିଂହା ଥାନା ଆଲୁଅଝରଣ ଗାଁରେ । ଗାଁରେ ଏକ ଘରର କାମ ଚାଲିଥିବା ବେଳେ ଛାତ ପକାଇବା ପାଇଁ ରଡ୍ ବାନ୍ଧିବା ବେଳେ ଘଟିଛି ଏ ଅଘଟଣ । ଗୁରୁତର ୨ ଶ୍ରମିକଙ୍କୁ କାମାକ୍ଷାନଗର ପରେ କଟକ ଏସ୍ସିବିକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ମୁତାବକ, ଆଜି ସକାଳେ ଜଗା ଓ ବାବୁଲି ଆଲୁଅଝରଣ ଗାଁର ନାରାୟଣ ସାହୁଙ୍କ ଛାତରେ ରଡ଼ ବାନ୍ଧୁଥିଲେ।
କୌଣସି କାରଣ ବଶତଃ ଦୁଇ ଜଣ ଶ୍ରମିକ ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ବିଦ୍ୟୁତ ଆଘାତରେ ଉଭୟଙ୍କ ଶରୀରର ପ୍ରାୟ ଅଧିକାଂଶ ଅଂଶ ବିଦ୍ୟୁତରେ ପୋଡି ହୋଇଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତର ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।