ଅନୁଦାନ ପାଇଁ ନବୀନ ନବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମହିମା ସାଧୁ ଓ ଯୋରନ୍ଦାବାସୀ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅନୁଦାନ ପାଇଁ ନବୀନ ନବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମହିମା ସାଧୁ ଓ ଯୋରନ୍ଦାବାସୀ। ମହିମା ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଥିବାରୁ ମହିମା ସାଧୁ ଓ ଯୋରନ୍ଦାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି । ଏଥିସହିତ ମହିମା ଗାଦିର ବକାଶ ସମ୍ପର୍କିତ ଆଲୋଚନା ବି କରିଛନ୍ତି ।

ସୂଚନାଥାଉ କି, ମହିମା ଗାଦିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନିକଟରେ ୧୧୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି।। ମେ ୨୯ରେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ ଜୋରନ୍ଦାର ମହିମା ଗାଦି ଗସ୍ତ କରି ସାଧୁଙ୍କ ସହ ଆଲୋଚନା କରିଥିଲେ । ପରେ ଏହି ମହିମା ଗାଦିର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରି ପଠାଇବା ପାଇଁ କହିଥିଲେ ।

Leave A Reply

Your email address will not be published.