ଓଡ଼ିଆ ନ୍ୟୁଜ୍: ରାଜ୍ୟ ରାଜନୀତିକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକା ସାଥିରେ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ଗସ୍ତ ଉପରାଷ୍ଟ୍ରପତି ନିର୍ବାଚକୁ ନେଇ ସଙ୍କେତ ଦେଉଛି ବୋଲି ଅନୁମାନ କରାଯାଉଛି।ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀ ଗସ୍ତ କରିଛନ୍ତି।
ବଡ଼କଥା ହେଉଛି ଯେ, ମାତ୍ର ଗୋଟିଏ ଦିନ ପୂର୍ବରୁ ସେ ଦିଲ୍ଲୀରୁ ଓଡ଼ିଶା ଫେରିଥିଲେ। ତାଙ୍କର ଏହି ବାରମ୍ବାର ଦିଲ୍ଲୀ ଗସ୍ତ ଏବେ ରାଜ୍ୟ ରାଜନୀତିରେ ନୂଆ କଳ୍ପନାଜଳ୍ପନାକୁ ଜନ୍ମ ଦେଇଛି। ସୂତ୍ରରୁ ଜଣାପଡ଼ିଛି ଯେ, ସାମଲ ଦିଲ୍ଲୀରେ କେନ୍ଦ୍ରୀୟ ଭାଜପା ନେତୃତ୍ୱଙ୍କୁ ଭେଟି ରାଜ୍ୟ କମିଟି, ବୋର୍ଡ ନିଗମ ଏବଂ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି।