ଆସନ୍ତାକାଲି ଝାରସୁଗୁଡା ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପାଖେଇ ଆସୁଛି ଝାରସୁଗୁଡା ଉପନିର୍ବାଚନ। ଏଥିପାଇଁ ପ୍ରଚାରରେ କମ୍ପୁଛି ମଇଦାନ। ଆସନ୍ତାକାଲି ରବିବାରରେ ଝାରସୁଗୁଡ଼ାରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି । ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଅମିଲିପାଲି ପଡ଼ିଆରେ ବିରାଟ ସମାବେଶ ଆୟୋଜନ କରାଯାଉଛି । ନବୀନଙ୍କ ମୁହଁରୁ ପଦେ କଥା ଶୁଣିବା ପାଇଁ ସମସ୍ତେ ବେଶ୍ ଉତ୍ସାହୀ ଅଛନ୍ତି ଜିଲ୍ଲାବାସୀ ।

ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବେ ଦୀପାଳି । ଦୀପାଳିଙ୍କୁ ଜିତାଇବା ପାଇଁ ବାପାଙ୍କ ଭଳି ଦାୟିତ୍ବ ନେଇଛନ୍ତି ନବୀନ । ପୂର୍ବରୁ ଝାରସୁଗୁଡ଼ାବାସୀ ମୁଖ୍ୟମନ୍ତ୍ରୀ, ନବ ଦାସ ଓ ବିକାଶ ସହ ଥିଲେ ଏବଂ ଆଗକୁ ରହିବେ ବୋଲି ବିଜେଡି କହିଛି ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଜୋରଦାର ହେବାରେ ଲାଗିଛି ପ୍ରଚାର । ପ୍ରଚାର ପାଇଁ ଆଜିକୁ ମିଶାଇ ହାତରେ ଆଉ ୩ ଦିନ । ଶେଷ ମୁହୂର୍ତ୍ତରେ ଜନତାଙ୍କ ଦିଲ୍ ଜିତିବାକୁ ଉଦ୍ୟମ କରୁଛନ୍ତି ସବୁ ଦଳ । ବିଭିନ୍ନ ସ୍ଥାନରେ ସମାବେଶ ସହିତ ଗାଁରୁ ଗାଁକୁ ବୁଲି ପ୍ରଚାର କରୁଛି ବିଜେଡି । ଦଳର ଷ୍ଟାର କ୍ୟାମ୍ପେନରଙ୍କ ସହିତ ଭୋଟ ମାଗୁଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଆଜି ଝାରସୁଗୁଡ଼ା ବ୍ଳକର ବିଭିନ୍ନ ଅଞ୍ଚଳରେ ଦୀପାଳି ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.