ବିଜୁଳି ସଙ୍କଟକୁ ନେଇ ସରକାରଙ୍କୁ ଘେରିଛନ୍ତି ସିଦ୍ଧୁ, କିନ୍ତୁ ନିଜେ ଦେଇନାହାନ୍ତି ୮.୬୭ ଲକ୍ଷର ବିଲ୍ !

0

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଓ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଏବେ ସାମ୍ନାକୁ ଆସିଛି । ଦୁହିଁଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ଏହାରି ମଧ୍ୟରେ ପଞ୍ଜାବରେ ବିଜୁଳି ସଙ୍କଟକୁ ନେଇ ଅମରିନ୍ଦର ସରକାର ଉପରେ ସିଦ୍ଧୁ ପ୍ରଶ୍ନ କରିଥିବା ବେଳେ ସେ ନିଜେ ବିଲ୍ ଦେଇନଥିବା ଜଣାପଡ଼ିଛି । ସିଦ୍ଧୁଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କାର ବକେୟା ବିଦ୍ୟୁତ୍ ବିଲ୍ ଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ହିସାବରେ ପୂର୍ବତନ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁଙ୍କ ଉପରେ ୮.୬୭ ବିଦ୍ୟୁତ୍ ବକେୟା ବିଲର ଅଭିଯୋଗ ହୋଇଛି । କିନ୍ତୁ ବିଦ୍ୟୁତ୍ ବିଲ୍ ଜମା କରିବାର ଶେଷ ତାରିଖ ଜୁଲାଇ ୨ ଥିଲା ବୋଲି ଜଣାପଡିଛି ।

ବିଦ୍ୟୁତ୍ ବିଭାଗର ରିପୋର୍ଟ ମୁତାବକ, ନବଜୋତ ସିଦ୍ଧୁ ଡିଫାଲ୍ଟର ଚଳାଉଛନ୍ତି । ପାୱାରକମ ଡକ୍ୟୁମେଣ୍ଟ ହିସାବରେ, ୧୫ ଡିସେମ୍ବର ୨୦୨୦ ସୁଦ୍ଧା ସିଦ୍ଧୁଙ୍କ ବିଲ୍ ୧୫,୮୬,୭୩୦ ଟଙ୍କା ହୋଇଥିଲା । ଏହା ସହ ୧୮ ଜାନୁଆରୀରେ ୧୬,୫୫,୮୮୦ ଟଙ୍କା ହୋଇଥିବା ବେଳେ ୧୯ ମାର୍ଚ୍ଚ ସୁଦ୍ଧା ବିଦ୍ୟୁତ ବିଲ୍ ୧୭,୫୮,୮୦୦ ଟଙ୍କା ହୋଇଥିଲା । କିନ୍ତୁ ମାର୍ଚ୍ଚରେ ସିଦ୍ଧୁ କେବଳ ୧୦ ଲକ୍ଷ ଟଙ୍କାର ବିଲ୍ ଜମା କରିଥିଲେ । ଫଳରେ ଅପ୍ରେଲ ମାସରେ ତାଙ୍କର ବିଲ୍ ୭,୮୯,୩୧୦ ଟଙ୍କା ହୋଇଥିଲା ଓ ଜୁନରେ ୮,୬୭,୫୪୦ ଟଙ୍କାକୁ ବୃଦ୍ଧି ପାଇଥିଲା । ତେବେ ଟଙ୍କା ଦେବାର ଶେଷ ତାରିଖ ଅପ୍ରେଲ ୨ ଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ବିଲ୍ ଜମା ହୋଇନାହିଁ ।

Leave A Reply

Your email address will not be published.