ଏନସିଏଫ ଦେଲା ନୂଆ ପ୍ରସ୍ତାବ, ପରୀକ୍ଷାର୍ଥୀଙ୍କ ଉପରୁ କମିବ ଚାପ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପରୀକ୍ଷା ସମୟରେ ପରୀକ୍ଷାର୍ଥୀ ଶାରୀରିକ ସହ ମାନସିକ ଚାପଗ୍ରସ୍ତ ହୋଇପଡ଼ୁଛନ୍ତି । ଯାହା ଫଳରେ ନାନା ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି।  ତେବେ ପରୀକ୍ଷାର୍ଥୀଙ୍କ ଉପରୁ ଏଣିକି କମିବ ପରୀକ୍ଷା ଚାପ । ପରୀକ୍ଷା ସମୟ ଆସିଲେ ଏ ସମ୍ପର୍କରେ ବିଭିନ୍ନ ଉପାୟ ଓ ସରଳ ପନ୍ଥା ବତାଇଥାନ୍ତି ବିଶେଷଜ୍ଞ । ହେଲେ ଏଥର ସ୍କୁଲ ପିଲାଙ୍କ ଉପରେ ପରୀକ୍ଷା ଚାପ କମାଇବା ପାଇଁ ପ୍ରସ୍ତାବ ଦେଇଛି ଏନସିଏଫ ବା ନ୍ୟାସନାଲ କରିକୁଲମ ଫ୍ରେମୱାର୍କ । ଏନସିଏଫ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ଅଭିଭାବକ ଓ ଜନସାଧାରଣଙ୍କ ମତାମତ ଲୋଡାଯାଇଛି । ଏନସିଏଫର ପ୍ରସ୍ତାବ ଅନୁସାରେ ସ୍କୁଲ ପିଲାଙ୍କ ବାର୍ଷିକ ପରୀକ୍ଷା ବର୍ଷରେ ଥରେ ହେଉଥିବାରୁ ପିଲାଙ୍କ ଉପରେ ପରୀକ୍ଷାକୁ ନେଇ ମାନସିକ ଚାପ ରହୁଛି । ବିଶେଷ କରି ମାଟ୍ରିକ ଓ ପ୍ଲସ-ଟୁ ବୋର୍ଡ ଏକଜାମକୁ ନେଇ ପିଲାଙ୍କ ଭୟ ରହୁଛି । ତେଣୁ ମାଟ୍ରିକ ଓ ପ୍ଲସଟୁ ପାଇଁ ବର୍ଷକୁ ଅତିକମରେ ଦୁଇଟି ସେମିଷ୍ଟାର ପରୀକ୍ଷା କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଦୁଇଟି ସେମିଷ୍ଟାରର ମାର୍କକୁ ମିଶାଇ ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହେବ । ଏପରି ହେଲେ ପିଲାଙ୍କ ମନରୁ ପରୀକ୍ଷା ଭୟକୁ ଦୂରେଇ ଦିଆଯାଇପାରିବ ବୋଲି ଏନସିଏଫ ପ୍ରସ୍ତାବ ଦେଇଛି ।

ପିଲାଙ୍କ ଉପରୁ ଉଠୁଥିବା  ପରୀକ୍ଷା ଚାପରୁ ମୁକ୍ତି ପାଇଁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ-  ମାଟ୍ରିକ ପରୀକ୍ଷାରେ ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ହେବ, ଦୁଇଟି ବୋର୍ଡ ପରୀକ୍ଷାର ମାର୍କ ମିଶି ଚୂଡାନ୍ତ ଫଳ ପ୍ରକାଶ ପାଇବ, ପାଠ୍ୟଖସଡା ଅନୁସାରେ ପିଲା ପ୍ରସ୍ତୁତ ହୋଇପାରିବେ, ଯୁକ୍ତ ଦୁଇ ପରୀକ୍ଷା ପାଇଁ ୪ଟି ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତାବ, ପ୍ଲସ-ଟୁରେ ଆଠଟି ବିଷୟ ଚୟନ କରିପାରିବେ ଛାତ୍ରଛାତ୍ରୀ, ୧୬ଟି ବିଷୟରୁ ଯେକୌଣସି ୮ଟି ଚୟନ କରିପାରିବେ ଛାତ୍ରଛାତ୍ରୀ, ପସନ୍ଦର ପାଠ ପଢିବା ନିଷ୍ପତି ନିଜେ ନେଇ ଉପକୃତ ହୋଇପାରିବେ ପିଲା, ହ୍ୟୁମାନିଟିଜରେ – ଭାଷା, ସାହିତ୍ୟ ଓ ଦର୍ଶନ ଶାସ୍ତ୍ର ପଢାଯିବ, ସାମାଜିକ ବିଜ୍ଞାନରେ- ଇତିହାସ, ଭୁଗୋଳ, ରାଜନୀତି ବିଜ୍ଞାନ, ମନୋବିଜ୍ଞାନ, ଅର୍ଥନୀତି ଓ ସାମାଜିକ ବିଜ୍ଞାନ ପଢିବେ ପିଲା, ବିଜ୍ଞାନରେ- ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ବାୟୋଲୋଜି, ଗଣିତ ଓ କମ୍ପୁଟର – ଗଣିତ, କମ୍ପୁଟର ସାଇନସ, ବିଜନେସ ମ୍ୟାଥ, କଳା – ସଙ୍ଗୀତ, ନୃତ୍ୟ, ମଂଚ କଳା, ଚିତ୍ରାଙ୍କନ ପଢିବେ ପିଲା ସ୍କୁଲ ପାଠ୍ୟକ୍ରମରେ ସବୁ ବିଷୟ ଠାରୁ ଗଣିତ ବିଷୟ ପ୍ରତି ଅଧିକାଂଶ ପିଲାଙ୍କ ଭୟ ରହିଥାଏ । ହେଲେ ଆଗକୁ ଗଣିତ ବିଷୟକୁ ପିଲାଙ୍କ ପାଇଁ ସହଜ କରିବାକୁ ପ୍ରସ୍ତାବ ଦେଇଛି, ଏନସିଏଫ ବା ନେସନାଲ କରିକୁଲମ ଫ୍ରେମୱାର୍କ । ଗଣିତକୁ ସହଜରେ କେମିତି ପିଲାଙ୍କ ବୁଝା ଯାଇପାରିବ । ପୂର୍ବତନ ଇସ୍ରୋ ମୁଖ୍ୟ କେ,କସ୍ତୁରୀରଙ୍ଗନଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଷ୍ଟିଅରିଂ କମିଟି ପ୍ରସ୍ତୁତ କରିଛନ୍ତି ।

Leave A Reply

Your email address will not be published.