ରାଜ୍ୟରେ ଆଉ 6 କରୋନା ଆକ୍ରାନ୍ତ ଚିହ୍ନଟ

0

ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି l ଆଜି ରାଜ୍ୟରେ ଆଉ 6 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ରାଜ୍ୟ ସରକାର ଙ୍କ ଚିନ୍ତା ର କାରଣ ପଲଟିଛି l ରାଜ୍ୟରେ ପୁଣି 6 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଉକ୍ତ 6 ଜଣ ଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 169 କୁ ବୃଦ୍ଧି ପାଇଛି l ରାଜ୍ୟରେ ସୁସ୍ଥ ଙ୍କ ସଂଖ୍ୟା 60 ଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ 108 ସକ୍ରିୟ ସଂକ୍ରମିତ ଅଛନ୍ତି l ଉକ୍ତ 6 କରୋନା ଆକ୍ରାନ୍ତ ଙ୍କ ମଧ୍ୟରୁ 4 ଜଣ ଯାଜପୁର ଜିଲ୍ଲା ର ହୋଇଥିବା ବେଳେ 2 ଜଣ ଭଦ୍ରକ ଜିଲ୍ଲା ର ବୋଲି ସୂଚନା ମିଳିଛି l ଉକ୍ତ 4 ଜଣ ଙ୍କୁ ମିଶାଇ ଯାଜପୁର ଜିଲ୍ଲା ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା 52 ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି ଏବଂ 51 ଜଣ ସକ୍ରୀୟ ସଂକ୍ରମିତ ଅଛନ୍ତି l ସେପଟେ ଭଦ୍ରକ ଜିଲ୍ଲା ରେ ଉକ୍ତ 2 ଜଣ ଙ୍କୁ ମିଶାଇ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା 21 କୁ ବୃଦ୍ଧି ପାଇଛି l ସେଥିମଧ୍ୟରୁ 12 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 9 ସକ୍ରୀୟ ସଂକ୍ରମିତ ଅଛନ୍ତି l

Leave A Reply

Your email address will not be published.