ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦିନ କୁ ଦିନ ନବ ବଧୁ ଙ୍କ ମୃତ୍ୟୁ ବଢ଼ି ବାରେ ଲାଗିଛି। ନିଜ ଇଚ୍ଛାରେ ପ୍ରେମ କରି ବିବାହ କରି ସଂସାର କରିବା ମହଙ୍ଗା ପଡିଛି ମାନସୀଙ୍କୁ।ଘର ଲୋକ ଝିଅ ର ଅନ୍ୟତ୍ର ବାହାଘର କରିବା ପାଇଁ ନିଷ୍ପତ୍ତି ନେଇ ବର ପାତ୍ର ଠିକ୍ କରି ନିର୍ବନ୍ଧ ମଧ୍ୟ ସରିଥିଲେ। ହେଲେ ପରିବାରର ଲୋକଙ୍କ ନିଷ୍ପତ୍ତି ରେ ମନ ମାନି ନଥିଲା ମାନସୀର । ସେ ସେଥିପାଇଁ ନିଜ ଇଚ୍ଛା ରେ ଘର ଛାଡି ପଳାଇ ଆସି ନିଜ ଇଚ୍ଛା ରେ ଅନ୍ୟତ୍ର ପ୍ରେମ ବିବାହ କରିଥିଲେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଇରମ ପଞ୍ଚାୟତ ରଥପଦା ଗାଁ ରେ।
ସୂଚନାଯୋଗ୍ୟ ଏତଲା କାରୀ ନକୁଳ ମହାନ୍ତି, ଘର – ରାଜଘପୋଖରୀ, ଥାନା ନାୟକାଣୀଢିହି,ଙ୍କ ଏତଲା ମୁତାବକ ତାଙ୍କ ଝିଅ ମାନସୀ ଗତ ଦୁଇ ମାସ ହେଲା ଇରମ ରଥପଦା ଅଞ୍ଚଳର ନାଥ ବୈରାଗୀ ଦାସ ବେହେରାଙ୍କ ପୁତ୍ର ବିରୁପକ୍ଷଙ୍କୁ ପ୍ରେମ ବିବାହ କରିଥିଲେ।ମାତ୍ର ଏ ବିବାହକୁ ଝିଅ ପକ୍ଷ ତରଫରୁ ନାପସନ୍ଦ କରିବା ସହିତ ଝିଅ ମାନସୀଙ୍କ ବାହାଘର ରେ ସାମିଲ୍ ହୋଇ ନଥିଲେ । ନିଜ ଝିଅ ନିଜ ଇଚ୍ଛାରେ ବିବାହ କରିବା ଘଟଣା କୁ ସହଜ ରେ ଗ୍ରହଣ ନକରି ପାରି ନିଜ ଝିଅ ବାହାଘରରୁ ନିବୃତ ରହିଥିଲେ ପରିବାର ଲୋକେ। ଅପରପକ୍ଷରେ ପୁଅର ପ୍ରେମ କୁ ସାକାର କରିବା ପାଇଁ ପୁଅ ର ପସନ୍ଦରେ ହଁ ଭରି ପୁଅ ଭଲପାଇଥିବା ଝିଅ ମାନସୀ ସହିତ ପୁଅ ବିରୁପକ୍ଷ ର ବିବାହ କରାଇ ଦେଇଥିଲେ ପରିବାର ଲୋକେ।ବିରୁପକ୍ଷ କଲିକତା ରେ ଚାକିରି କରନ୍ତି।ହେଲେ ଵିଵାହ ର କିଛି ମାସ ସଵୁ ଠିକ୍ ଠାକ୍ ଚାଲିଥିଲା । ହେଳେ ଆସନ୍ତା କାଲି ବୁଧବାର ରାତିରେ ଘରର କବାଟ ବନ୍ଦ କରି କୌଣସି କାରଣ ରୁ ମାନସୀ ଫ୍ୟାନ ରେ ରସି ଲଗାଇ ଝୁଲି ପଡିଥିଲେ।
ହେଲେ ମାନସୀଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଏବେ ସନ୍ଦେହ ଘେରରେ।ଝିଅ ଘର ପକ୍ଷ ଝିଅର ମୃତ୍ୟୁ କୁ ହତ୍ୟା ର ଅଭିଯୋଗ ବାଢିଲା ବେଳେ ପୁଅ ଘର ପକ୍ଷରୁ ଏହି ଅଭିଯୋଗ କୁ ଖଣ୍ଡନ କରାଯାଉଛି। ହେଲେ ଯାହିବି ହେଉ ଝିଅ ଘର ପକ୍ଷ ଓ ପୁଅ ଘର ପକ୍ଷ ର କୁହା ଯାଉ ଥିବା କଥା ର ପର୍ଦ୍ଦାଫାଶ ପୋଷ୍ଟମର୍ଟମ ରିପୋର୍ଟ ରୁ ହଁ ଜଣା ପଡିବ।ଝିଅ ଘର ବାଢୁଥିବା ଅଭିଯୋଗ କେତେ ଦୂର ଠିକ୍ । ହେଲେ ଝିଅ ଘର ର ପରିବାର ଲୋକେ ନିଜ ଜନ୍ମିତ ଝିଅ ର ମୃତ୍ୟୁ କୁ ସହଜରେ ଗ୍ରହଣ କରି ପାରୁନାହାନ୍ତି। ବାସୁଦେବପୁର ପୋଲିସ କଣ ଏହି ଘଟଣା ରେ ପଦକ୍ଷେପ ନେଉଛି ଓ ଘଟଣା ର ଉଚ୍ଚସ୍ତରୀୟ ତଦନ୍ତ କରି ଝିଅ ର ପରିବାର ଲୋକେ ଙ୍କୁ କଣ ନ୍ୟାୟ ଦେଉଛି ତାହା ଦେଖିବାକୁ ବାକି ରହିଲା ।
Comments are closed.