ସୌମ୍ୟ ହତ୍ୟା ଭୁବନେଶ୍ବରରେ NHRC ଟିମ୍‌

0

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବରରେ ଜାତୀୟ ମାନବାଧିକାର କମିଶନଙ୍କ ୨ ଜଣିଆ ଟିମ୍‌। ବାଲିଅନ୍ତା ବର୍ବରତାର ତଦନ୍ତ ପାଇଁ ପହଞ୍ଚିଲା NHRC ଟିମ୍‌। NHRC ଟିମ୍‌ ପାଖରେ ହାଜର ହେଲେ ତତ୍‌କାଳୀନ ବାଲିଅନ୍ତା IIC। ୬ ତାରିଖ ଯାଏଁ ଓଡ଼ିଶାରେ ରହି ତଦନ୍ତ କରିବ ଟିମ୍‌।

ବର୍ତ୍ତମାନ ସୁଦ୍ଧା କେଶର ଷ୍ଟାଟସ ସମ୍ପର୍କରେ କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକାରୀଙ୍କ ନିକଟରୁ ତଥ୍ୟ ସଂଗ୍ରହ କରିବେ । ଏହି ଘଟଣାରେ ଜିଆରପି ଏସ୍‌ପିଙ୍କ ସମେତ ଏଡିଜି ଦୟାଲ ଗଙ୍ଗୱାରଙ୍କୁ ନୋଟିସ ହୋଇଛି । ସେମାନଙ୍କ ସହିତ ଘଟଣାରେ କେହି କିଛି ତଥ୍ୟ ଦେବାକୁ ଚାହିଁଲେ ଆଫିଡେଭିଟ୍ ମାଧ୍ୟମରେ NHRC ନିକଟରେ ଦେଇପାରିବେ ।

ସୂଚନାଯୋଗ୍ୟ ଯେ, ଚଳିତ ମାସ ୭ ତାରିଖରେ ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ଜଣେ ଯୁବତୀଙ୍କ ସହ ଗଣ୍ଡଗୋଳ ହେବାରୁ ସ୍ଥାନୀୟ ଲୋକ ପିଟିପିଟି ମାରି ଦେଇଥିଲେ। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ, ଏପର୍ଯ୍ୟନ୍ତ ୧୭ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଆହୁରି ୧୦ ଜଣଙ୍କୁ ଚିହ୍ନଟ କରାଯାଇଥିବା ଡିଆଇଜି କହିଛନ୍ତି । ଏହି ଘଟଣାରେ କ୍ରାଇମବ୍ରାଞ୍ଚର ଟେକ୍ନିକାଲ ୱିଙ୍ଗ୍ ସ୍ଥାନୀୟ ଗୁଇନ୍ଦା ଓ ଭିଡିଓ ଫୁଟେଜକୁ ନେଇ ତଦନ୍ତକୁ ଆଗକୁ ବଢ଼ାଉଛି । ଅନ୍ୟ ଅଭିଯୁକ୍ତ ଖୁବ୍‌ଶୀଘ୍ର ଗିରଫ ହେବେ ବୋଲି କହିଥିଲେ ଡିଆଇଜି ।

Leave A Reply

Your email address will not be published.