ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବର ସୁନ୍ଦରପଦା ବିସ୍ଫୋରଣରେ NIAର ତଦନ୍ତ। ଘର ମାଲିକଙ୍କ ଠାରୁ ଆରମ୍ଭ କରି ଏକାଧିକ ଲୋକଙ୍କୁ NIAର ଜେରା।ପଛରେ ବଡ଼ ଚକ୍ରାନ୍ତ ଆଶଙ୍କାରେ NIAର ଜେରା।NIAର ଟିମ୍ ଆଜି ସ୍ପଟ୍ ଭିଜିଟ୍ କରିବା ସହ ଯାଞ୍ଚ ଆରମ୍ଭ କରିଛି । ଏହି ବିସ୍ଫୋରଣ ପଛରେ କୌଣସି ଆତଙ୍କବାଦୀ ଲିଙ୍କ୍ ଅଛି ନା ନାହିଁ ତାର ଖୋଳତାଡ଼ ଚାଲିଛି । ଘଟଣାସ୍ଥଳରୁ ମଧ୍ୟ ସମସ୍ତ ତଥ୍ୟ ସଂଗ୍ରହ କରିଛି ସାଇଣ୍ଟିଫିକ୍ ଟିମ୍ । ଏହି ଘଟଣାରେ ଆହତଙ୍କ ନାଁରେ ପୂର୍ବରୁ ରହିଛି ସଙ୍ଗୀନ ଅପରାଧିକ ମାମଲା । ଏମାନେ କୌଣସି ବଡ଼ ଧରଣର କାଣ୍ଡ ଘଟାଇବାକୁ ବୋମା ଭିଡ଼ୁଥିବା କୁହାଯାଉଛି ।
ଏଥିପାଇଁ ଏମାନଙ୍କୁ ସୁପାରି ମିଳିଥିଲା । ତାରିଖ ବି ଫିକ୍ସ ହୋଇସାରିଥିଲା। ବୋମା ଭିଡ଼ିବାରେ ଏମାନେ ଯଦି ସଫଳ ହୋଇଥାନ୍ତେ ତେବେ ଘଟାଇଥାନ୍ତେ ବଡ଼ ଧରଣର ଅପରାଧ । ହେଲେ ତା ପୂର୍ବରୁ ସବୁ କିଛି ଫସର ଫାଟି ଯାଇଥିଲା । ଆହତ ଯୁବକ ପେଶାଦାର ଅପରାଧୀ ହୋଇଥିବାରୁ ଏହି ଘଟଣାରେ ମଧ୍ୟ ଆହତଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଛି ।