ପୋଲିସ ପଞ୍ଝାରେ ନକଲି NIA ଅଫିସର

0

ଓଡ଼ିଆ ନ୍ୟୁଜ୍: ନକଲି NIA ଅଫିସରକୁ ବାନ୍ଧିଲା କମିଶନରେଟ୍ ପୋଲିସ। ନିଜକୁ NIA ଅଫିସର କହି ଲୋକଙ୍କୁ ଧମକ ଦେଇ ଟଙ୍କା ଆଦୟ କରୁଥିଲା। ଅଭିଯୋଗ ଆସିବା ପରେ ଟ୍ରାକ୍‌ କରି ଯୁବକଙ୍କୁ ବାନ୍ଧିଲା ପୋଲିସ। ନିଜକୁ National Investigation Agency ଅଧିକାରୀ କହି ପୁଲିସକୁ ଦେଖାଉଥିଲା ଠାଣି । ଥାନାକୁ ଆସି ମିଛ ମାମଲା ରୁଜୁ କରିବା ପାଇଁ ପୋଲିସ ଉପରେ ପକାଉଥିଲା ଚାପ । ଶେଷରେ ଖାରବେଳନଗର ଥାନା ପୋଲିସ ହାତରେ ଧରାପଡିଲା ଠକ ଚାଲବାଜ । ଅଭିଯୁକ୍ତର ନାଁ ଆଶିଷ ରେଡି । ସେ ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳିଛି । ଜଣେ ମହିଳାଙ୍କ ଗ୍ୟାଙ୍ଗ ରେପ୍ ଅଭିଯୋଗକୁ ନେଇ ଥାନାରେ ଦଲାଲି କରିବାକୁ ଆସିଥିଲା ଅଭିଯୁକ୍ତ । ନିଜକୁ NIA ଅଫିସର ପରିଚୟ ଦେଇ ପୋଲିସକୁ ଧମକଚମକ ମଧ୍ୟ ଦେଉଥିଲା ।

ଫିଲ୍ମ ଷ୍ଟାଇଲରେ NIA ଲୋଗୋ ଲାଗିଥିବା ଜ୍ୟାକେଟ୍ ପିନ୍ଧି ବୁଲୁଥିବା ବେଳେ ସନ୍ଦେହ ହୋଇଥିଲା ପୋଲିସର । ପରେ ତାଙ୍କ ଆଇଡି କାର୍ଡ ଯାଞ୍ଚ କରାଯିବା ପରେ ସାମ୍ନାକୁ ଆସିଥିଲା ଅସଲ ଚିତ୍ର । ନକଲି ପରିଚୟ ଦେଇ ଲୋକଙ୍କୁ ଧମକ ଦେବା ସହ ଟଙ୍କା ଆଦାୟ କରୁଥିବା ଅଭିଯୋଗ ରହିଥିବା ସନ୍ଦେହ କରୁଛି ପୋଲିସ । ପୁଲିସ ଅଭିଯୁକ୍ତଙ୍କ ନିକଟରୁ ଖଣ୍ଡା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗତ ୧୦ରୁ ୧୫ ଦିନ ଧରି ସେ NIA ଅଫିସର ସାଜି ବୁଲୁଥିବା ବେଳେ ଆଉ କେତେ ଲୋକଙ୍କୁ ଠକିଛି ସେନେଇ ଖୋଳତାଡ଼ କମିଶନରେଟ ପୋଲିସ ।

Leave A Reply

Your email address will not be published.