ଓଡ଼ିଆ ନ୍ୟୁଜ୍: ଅର୍ଥନୀତି ବିଜ୍ଞାନରେ ୩ ବିଶିଷ୍ଟ ଅର୍ଥନୀତିଜ୍ଞଙ୍କୁ ନୋବେଲ ପୁରସ୍କାର।ଜୋଏଲ ମୋକିର, ଫିଲିପ ଅଘିଓନ, ପିଟର ହୋୱିଟଙ୍କୁ ନୋବେଲ୍। ଅର୍ଥନୈତିକ ଅଭିବୃଦ୍ଧି ବ୍ୟାଖ୍ୟା ପାଇଁ ଜୋଏଲ ମୋକିରଙ୍କୁ ନୋବେଲ୍।ସୃଜନଶୀଳତାରେ ନିରନ୍ତର ଅଭିବୃଦ୍ଧିର ତତ୍ତ୍ୱ ପାଇଁ ଫିଲିପ, ପିଟରଙ୍କୁ ନୋବେଲ୍।ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣ ଆମେରିକାର ହୋଇଥିବାବେଳେ ଜଣେ ବ୍ରିଟେନର ।
ଜୋଏଲ ମୋକିର ଆମେରିକାର ଇଭାଷ୍ଟନସ୍ଥିତ ନର୍ଥ-ଓ୍ବେଷ୍ଟର୍ଣ୍ଣ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରୁଥିବାବେଳେ ପିଟର ହାଓ୍ବିଟ ଆମେରିକାର ବ୍ରାଉନ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି । ଅନ୍ୟପକ୍ଷରେ ଫିଲିପ ଆଘିଅନ ବ୍ରିଟେନର ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ ଏଣ୍ଡ ପଲିଟିକାଲ ସାଇନ୍ସେସରେ ଅଧ୍ୟାପନା କରୁଛନ୍ତି ।ଏହି ତିନି ଅର୍ଥନୀତିଜ୍ଞ ଉଦ୍ଭାବନ ଭିତ୍ତିକ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଉଲ୍ଲେଖନୀୟ ଗବେଷଣା କରିଛନ୍ତି ବୋଲି ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ପକ୍ଷରୁ ଘୋଷଣା କରାଯାଇଛି ।