ଓଡ଼ିଆ ନ୍ୟୁଜ୍: ବିଏମସି ଅଞ୍ଚଳରେ ଅଛନ୍ତି ୪୭,୧୨୬ ବୁଲା କୁକୁର। ୨୩,୦୪୭ ଅଣ୍ଡିରା, ୧୫,୫୫୨ ମାଈ କୁକୁର ସହ ୧୧୨୪ଟି ଛୁଆ। ୪୦୬୮ ଅଣ୍ଡିରା କୁକୁର ଓ ୩୩୩୫ ମାଈ କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଛି। ଭୁବନେଶ୍ବର ଜନସଂଖ୍ୟା ତୁଳନାରେ ବୁଲା କୁକୁରଙ୍କ ସଂଖ୍ୟା ୩.୬୨ ପ୍ରତିଶତ। ସେପ୍ଟେମ୍ବର ୧୮ରୁ ୨୫ ଯାଏଁ ଦୁଇଟି ପର୍ଯ୍ୟାୟରେ ହୋଇଥିଲା ଗଣନା।
ବିଏମ୍ ସି ଅଞ୍ଚଳରେ ଥିବା ୬୭ଟି ଓ୍ୱାର୍ଡର ସମସ୍ତ ଗଳିକନ୍ଦିରେ ଏହି କୁକୁର ଗଣନା କାର୍ଯ୍ୟ ଭୋର ୫ଟାରୁ ସକାଳ ୭ଟା ମଧ୍ୟରେ କରାଯାଇଥିଲା । ଏଥିପାଇଁ ବରିଷ୍ଠ ପଶୁ ଡାକ୍ତରଙ୍କ ତତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, କମ୍ୟୁନିଟି ଅର୍ଗାନାଇଜର, ଡିଇଓ, ଏସ୍ଏମ୍ ଟିଏଙ୍କୁ ନେଇ ୪୧୦ଟି ଟିମ୍ ଗଠନ କରାଯାଇଥିଲା । ପ୍ରତି ଟିମରେ ଦୁଇ ଜଣ ଲେଖାଏଁ କର୍ମୀ ରହିଥିଲେ। ବୁଲା କୁକୁର ଗଣନା ପୂର୍ବରୁ ସେମାନଙ୍କୁ ଜୋନ୍ ସ୍ତରରେ ତାଲିମ ମଧ୍ୟ ଦିଆଯାଇଥିଲା ।