ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ହରିୟାଣା ନୁହରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ଦିନକୁ ଦିନ ବଢିବାରେ ଲାଗିଛି । ସେଥିପାଇଁ ନୁହ ହିଂସା ପରେ ହରିୟାଣା ପୋଲିସ ପାଦେ ପାଦେ ସତର୍କତା ଅବଲମ୍ୱନ କରୁଛି । ନୁହରେ ପୁଣି ଥରେ ଜଳାଭିଷେକ ଯାତ୍ରା ବାହାର କରିବା ପାଇଁ ଅନୁମତି ଦିଆଯାଇ ନଥିବା ପୋଲିସ ଶନିବାର କହିଛି । ପୋଲିସକୁ ଗୁଇନ୍ଦା ରିପୋର୍ଟ ମିଳିଛି ଯେ କିଛି ସଂଗଠନ ଆବଶ୍ୟକୀୟ ଅନୁମତି ବିନା ଜଳାଭିଷେକ ଯାତ୍ରା ବାହାର କରିବା ପାଇଁ ଯୋଜନା କରୁଛନ୍ତି ।
ଏହି ସଂଗଠନ ଅଗଷ୍ଟ ୨୮ରେ ପୁଣି ଥରେ ଜଳାଭିଷେକ ଯାତ୍ରା ବାହାର କରିବା ପାଇଁ ହରିୟାଣା ଏବଂ ବାହାରରୁ ଲୋକଙ୍କୁ ନୁହ ଆସିବା ପାଇଁ ଆମନ୍ତ୍ରିତ କରିଛନ୍ତି । ଏହି କାରଣରୁ ଜିଲ୍ଲାରେ ଧାରା-୧୪୪ ଲାଗୁ କରାଯାଇଛି । ପୋଲିସ ପଡୋଶୀ ରାଜ୍ୟର ଅଧିକାରୀଙ୍କୁ ମଧ୍ୟ ସାହାଯ୍ୟ ମାଗିଛି ।