ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୩ଗିରଫ

0

ଓଡ଼ିଆ ନ୍ୟୁଜ୍: ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲା ଦୁର୍ଗାପୁର ମେଡିକାଲ କଲେଜରେ ଅଧ୍ୟୟନରତ ଦ୍ବିତୀୟ ବର୍ଷର ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପଶ୍ଚିମବଙ୍ଗ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କ ସହ ସ୍ଥାନୀୟ କିଛି ଲୋକଙ୍କ ବୟାନ ଆଧାରରେ ମୋଟ ୫ ଜଣଙ୍କୁ ଚିହ୍ନଟ କରାଯାଇଥିବା କୁହାଯାଉଛି।

ସମସ୍ତ ଅଭିଯୁକ୍ତ ମେଡିକାଲ କଲେଜକୁ ଲାଗିଥିବା ଜଙ୍ଗଲ ମହଲ ଇଲାକାର ବୋଲି ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ମୋବାଇଲ ଟ୍ରାକିଂ କରି ପାରାନଗଞ୍ଜ ଜଙ୍ଗଲରୁ ଗିରଫ କରାଯାଇଛି। ଗିରଫ ୩ ଜଣ ଅଭିଯୁକ୍ତଙ୍କ ଠାରୁ ଘଟଣା ସମ୍ପର୍କରେ ଜାଣିବା ପାଇଁ ଏସଆଇଟି(ସ୍ପେଶାଲ୍ ଇନଭେଷ୍ଟିଗେସନ ଟିମ୍)ମାରାଥନ ଜେରା କରୁଛି। ଅନ୍ୟ ୨ ଜଣଙ୍କୁ ଗିରଫ ପାଇଁ ସେହି ପାରାନଗଞ୍ଜ ଜଙ୍ଗଲ ମଧ୍ୟରେ ଡ୍ରୋନ ସହାୟତାରେ ତଲାସୀ କରାଯାଉଛି।

Leave A Reply

Your email address will not be published.