ଆଜି ବି ସରଗରମ ରହିବ ଗୃହ

0

ଓଡ଼ିଆ ନ୍ୟୁଜ୍: ଆଜି ବି ସରଗରମ ରହିବ ଗୃହ ।ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ଚାଲି ପାରୁନି ଗୃହ । ନାରୀ ସୁରକ୍ଷାକୁ ନେଇ ସରକାରଙ୍କୁ ଘେରି ପାରନ୍ତି ବିରୋଧୀ । ଆଜି ପ୍ରଶ୍ନ କାଳରେ କୃଷି ଓ କୃଷକ ସଶକ୍ତି କାରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମସ୍ୟ ଓ ପ୍ରାଣୀ ସମ୍ପଦ, ଶକ୍ତି, ସମବାୟ, ବୟନ ଶିଳ୍ପ, ହସ୍ତତନ୍ତ୍ର ଓ ହସ୍ତ ଶିଳ୍ପ, ସୁକ୍ଷ୍ମ, ଖୁଦ୍ର ଓ ମାଧ୍ୟମ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନ ଉତ୍ତର ଆଲୋଚନା ରହିଛି ।

କିନ୍ତୁ ୫ ଦିନ ଧରି ସାର, ପଞ୍ଚାୟତ ରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା ସଂକୁଚିତ, ଏବଂ ନାରୀ ସୁରକ୍ଷା ଏବଂ ଅନାସ୍ଥାକୁ ନେଇ ଗୃହରେ ବିରୋଧୀ ହଙ୍ଗାମା ଜାରି ରଖିଛନ୍ତି ।ବିଜେଡି ସାର ପରେ ପଞ୍ଚାୟତରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତାକୁ ସଂକୁଚିତ କରିବାକୁ ଗୃହରେ ହଟଗୋଳ କରିବା ସହିତ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ । ଆଜି ପୁଣି ସେହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିପାରେ ବିଜେଡି ଏପଟେ କଂଗ୍ରେସ ନାରୀ ସୁରକ୍ଷା ପ୍ରସଙ୍ଗ ଗୃହରେ ଉଠାଇ ସରକାରଙ୍କୁ ଘେରିପାରେ ।

Leave A Reply

Your email address will not be published.