୩ ଶହ ସିଟ୍‌ର ବିଧାନସଭା ନିର୍ମାଣ ହେବ: ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ନୂଆ ବିଧାନସଭା ଗୃହ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା। ‘ବର୍ତ୍ତମାନ ୧୪୭ ସିଟ୍‌ ରହିଛି, ଡିଲିମିଟେସନ୍‌ରେ ସିଟ୍‌ ବଢ଼ିପାରେ।ଯାହା ଶୁଣାଯାଉଛି ୨ ଶହ ପାଖାପାଖି ବିଧାୟକ ରହିପାରନ୍ତି। ପ୍ରାୟ ୫୦ ପାଖାପାଖି ସିଟ୍‌ ବଢ଼ିବାର ସମ୍ଭାବନା ରହିଛି। ଆଗାମୀ ୫୦/୧୦୦ ବର୍ଷକୁ ଦୃଷ୍ଟିରେ ରଖି ୩ ଶହ ସିଟ୍‌ର ବ୍ୟବସ୍ଥା ରହିବ।

ତେବେ ନୂଆ ବିଧାନସଭାରେ ୨ ଶହ ପାଖାପାଖି ବିଧାୟକ ରହିପାରନ୍ତି । ପ୍ରାୟ ୫୦ ପାଖାପାଖି ସିଟ୍‌ ବଢ଼ିବାର ସମ୍ଭାବନା ରହିଛି । ‘ଆଗାମୀ ୫୦/୧୦୦ ବର୍ଷକୁ ଦୃଷ୍ଟିରେ ରଖି ୩ ଶହ ସିଟ୍‌ର ବ୍ୟବସ୍ଥା ରହିବ ବୋଲି ସେ କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଏଭଳି କହି କଣ ଇଶାରା ଦେଇଛନ୍ତି ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି । ତେବେ ଆଗକୁ ବିଧାନସଭା ସିଟ ମଧ୍ୟ ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି ।

କହରଖୁଛୁ କି, ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି କହିଥିଲେ ଯେ, ନୂଆ ଲୋକସେବା ଭବନ ତିଆରି ହେବାର ଆବଶ୍ୟକତା ରହିଛି । ବିଭାଗର ସଂଖ୍ୟା, କର୍ମଚାରୀ ସଂଖ୍ୟା ବଢ଼ିଲାଣି । ତେଣୁ ଲୋକସେବା ଭବନ କାର୍ଯ୍ୟ ଆରମ୍ଭ ହୋଇଛି । ଏହି କ୍ରମରେ ନୂଆ ବିଧାନସଭା ମଧ୍ୟ ନିର୍ମାଣ ହେବ ବୋଲି ମନ୍ତ୍ରୀ କହିଥିଲେ ।

Leave A Reply

Your email address will not be published.