ଓଡ଼ିଆ ନ୍ୟୁଜ୍: ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଆଜିଠୁ ଆରମ୍ଭ ହୋଇ ୨୫ତାରିଖ ଯାଏ ଚାଲିବ ।ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଆଜିଠୁ ୨୫ତାରିଖ ଯାଏଁ ଚାଲିବ। ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି । ପ୍ରଥମ ଦିନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବ । ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ଏବଂ ଅନ୍ୟ ସଦସ୍ୟଙ୍କ ଦେହାନ୍ତ ହୋଇଥିବାରୁ ଶୋକ ପ୍ରସ୍ତାବ ପରେ ତାଙ୍କ ସମ୍ମାନର୍ଥେ ଗୃହ ମୁଲତବୀ କରାଯିବ। ସେପଟେ ଉଭୟ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଗୃହ ଭିତରେ ଘେରିବାକୁ ବିଧାୟକ ଦଳ ବୈଠକରେ ପ୍ରସ୍ତୁତ କରିଛନ୍ତି ରଣନୀତି ।
କଂଗ୍ରେସ ପକ୍ଷରୁ ଦେଢ଼ ବର୍ଷର ସରକାରଙ୍କୁ କାଠଗଡାକୁ ଟାଣିବା ପାଇଁ ଆଣିବ ଅନାସ୍ଥା ପ୍ରସ୍ତାବ । ବିଜେଡିର ସାର, ନାରୀ ହିଂସା ଓ ପଞ୍ଚାୟତ ରାଜ ବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିବା ପାଇଁ ବୈଠକରେ ନିଷ୍ପତ୍ତି ନେଇଥିବା ବେଳେ ଦୁଇ ବିରୋଧୀଙ୍କ ସମସ୍ତ ପ୍ରସଙ୍ଗକୁ ଆଲୋଚନା ମାଧ୍ୟମରେ ଜବାବ ଦେବା ପାଇଁ ସଜବାଜ ହୋଇଛି ଶାସକ ଦଳ। ଆଜି ସନ୍ଧ୍ୟାରେ ଶାସକ ବିଜେପି ଦଳର ବିଧାୟକ ଦଳ ବୈଠକ ବସି ପ୍ରସ୍ତୁତ ହେବ କାଉଣ୍ଟର ରଣନୀତି । ୧୮ରୁ ୨୫ଯାଏ ଚାଲିବାକୁ ଥିବା ମୌସୁମୀ ଅଧିବେଶନରେ ଛଅଟି ସରକାରୀ ଓ ଗୋଟିଏ ବେସରକାରୀ ଦିବସ ରହିଛି। ମୌସୁମୀ ଅଧିବେଶନରେ ଗୃହ କାର୍ଯ୍ୟ ବେଶ ଉଷ୍ମ ହେବା ବୋଲି ଆକଳନ କରାଯାଉଛି । ତେବେ ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ସର୍ଵଦଳୀୟ ବୈଠକରେ ବାଚସ୍ପତି ଉଭୟ ଶାସକ ଓ ବିରୋଧୀଂକ ସହଯୋଗ ଲୋଡିଛନ୍ତି ।
ସେହିପରି ମୌସୁମୀ ଅଧିବେଶନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୩ ଥାକିଆ ସୁରକ୍ଷା ବଳୟରେ ରହିଛି ବିଧାନସଭା । 30 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସ, ଏସ୍ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍ପାଇଡ୍ ଓ ଅଗ୍ନିଶମ ବିଭାଗ ମଧ୍ୟ ଦାୟିତ୍ଵରେ ରହିଛନ୍ତି ।