ଓଡ଼ିଶା-ମୋ ପରିବାର ଏବଂ ନୂଆଦିଲ୍ଲୀର ପ୍ରବାସୀ ଓଡ଼ିଆ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀର ପ୍ରମୁଖ ଓଡ଼ିଆ ସଂଗଠନ, ଓଡିଆ କଲଚୁରାଲ୍ ଏବଂ ୱେଲଫେୟାର ଆସୋସିଏସନ ଓ ଓଡ଼ିଶା-ମୋ ପରିବାର ଆନୁକୂଲ୍ୟରେ ଦିଲ୍ଲୀର ୱେଷ୍ଟ ପଟେଲ ନଗରସ୍ଥିତ ରଣଜିତ ନଗରଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ଏବଂ ଏଥିରେ ୫୩ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ଓଡ଼ିଶା-ମୋ ପରିବାର ଦ୍ଵାରା ପ୍ରଥମଥର ପାଇଁ ରାଜ୍ୟ ବାହାରେ ଏହି ରକ୍ତଦାନ ଶିବିର ଆୟୋଜିତ କରାଯାଇଛି । ଓଡ଼ିଶା-ମୋ ପରିବାରର ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକଙ୍କ ଦ୍ଵାରା ଯୋଗାଯୋଗ କରାଯାଇ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ଏବଂ ଆଗାମୀ ଦିନରେ ଓଡିଆ ସାଂସ୍କୃତିକ ଏବଂ କଲ୍ୟାଣ ସଂଘ ପକ୍ଷରୁ ଓଡ଼ିଶା-ମୋ ପରିବାରର ମିଳିତ ଉଦ୍ୟମରେ ଦିଲ୍ଲୀରେ ରହୁଥିବା ଓଡ଼ିଆ ମାନଙ୍କ ପାଇଁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ କରାଯିବାର ଲକ୍ଷ୍ୟ ରହିଛି ।

ନୂଆଦିଲ୍ଲୀରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଏକ ସ୍ଵାଗତଯୋଗ୍ୟ ଉଦ୍ୟମ ଏବଂ ଭବିଷ୍ୟତରେ ଅନ୍ୟାନ୍ୟ ସହରରେ ଥିବା ଓଡ଼ିଆ ସଂଗଠନମାନଙ୍କୁ ଏହି ଭଳି କାର୍ଯ୍ୟକ୍ରମ ନିମନ୍ତେ ପ୍ରେରଣା ଦେବ ବୋଲି ଓଡ଼ିଶା-ମୋ ପରିବାରର ଆବାହକ ଆଶାବ୍ୟକ୍ତ କରିଛନ୍ତି ।
ଦିଲ୍ଲୀରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜୟ ମହାନ୍ତି, ଡ଼ଃ ସନନ୍ତ ସାହୁ, ପ୍ରକାଶ ପୃଷ୍ଟି, ବିମଳ ପ୍ରସାଦ ସାମଲ, ଅଜୟ ମହାନ୍ତି, ପ୍ରଶାନ୍ତ ଦାସ, ପ୍ରଦୀପ୍ତ ଭୂୟାଁ, ଅନିମେଷ ରାଉଳ, ସଂଦୀପ୍ତ ରାଉତ, ସଞ୍ଜିତ ମହାନ୍ତି , ହୃଦୟ ରଞ୍ଜନ ଭୂୟାଁ, ପ୍ରଭାତ କିଶୋର ଭୂୟାଁ, ନୟନ କିଶୋର ଦାସ, ଅଜିତ ବାରିକ, ପ୍ରଶାନ୍ତ ନାୟକ, ସୁରେଶ ସ୍ଵାଇଁ ଓ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.