ଭାରତରେ କ୍ରୀଡ଼ା ଭିତ୍ତିଭୂମୀକୁ ମଜବୁତ କରିବାରେ ସ୍ପୋର୍ଟସ ଓଡିଶା ମୁଖ୍ୟ ଭୂମିକା ଗ୍ରହଣ କରିଛି, ଅଲଟିମେଟ ଖୋ ଖୋ ସହିତ ହାତ ମିଳାଇଲେ ଓଡିଶା ସରକାର

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଅଲଟିମେଟ ଖୋ ଖୋ (ୟୁକେକେ)କୁ ଅତ୍ୟଧିକ ମାତ୍ରାରେ ପ୍ରୋତ୍ସାହନ ପ୍ରଦାନ କରିବେ ଓଡ଼ିଶା ସରକାର। ଖୁବ ଶୀଘ୍ର ଶୁଭାରମ୍ଭ ହେବାକୁ ଥିବା ଏହି ପ୍ରଫେସନାଲ ଲିଗରେ ଏକ ଟିମର ମାଲିକାନା ଗ୍ରହଣ କରିଛନ୍ତି । ଏହା ଓଡିଶା ସରକାରଙ୍କ ପାଇଁ ଦ୍ୱିତୀୟ ପ୍ରତ୍ୟକ୍ଷ କ୍ରୀଡ଼ା ଉଦ୍ୟମ ହେବ ଯାହାଙ୍କ ନିକଟରେ ପୂର୍ବରୁ ୨୦୧୩ ହକି ଇଣ୍ଡିଆ ଲିଗର କଳିଙ୍ଗ ଲାନ୍ସର ଟିମର ମାଲିକାନା ରହିଛି । ୨୦୨୨ର ଖେଲୋ ଇଣ୍ଡିଆ ଲିଗରେ ଖୋ ଖୋରେ ଓଡିଶାର ଉଭୟ ପୁରୁଷ ଏବଂ ମହିଳା ବିଭାଗ ରୌପ୍ୟ ଜିତିବା ପରେ ଏହି ଘୋଷଣା କରାଯାଇଛି । ଓଡିଶା ସ୍ପୋର୍ଟସ ଡେଭେଲପମେଂଟ ଆଣ୍ଡ ପ୍ରମୋସନ କମ୍ପାନୀ (ଓଏସଡିପିସି) ଟିମର ମାଲିକ ହେବା ସହିତ ଲିଗର ଏହା ୫ମ ଫ୍ରାଂଚାଇଜ ଅଟେ ।
ଏହି ପରିପ୍ରେକ୍ଷୀରେ ସ୍ପୋର୍ଟସ ଏବଂ ୟୁଥ ସର୍ଭିସର ମନ୍ତ୍ରୀ ଶ୍ରୀ ତୁସାରକାନ୍ତି ବେହେରା କହିଛନ୍ତି ଯେ, “ଓଡିଶାର ବିଭିନ୍ନ ସ୍ଥାନରେ ଖୋ ଖୋ ଖୁବ ଲୋକପ୍ରିୟ । ସମ୍ପ୍ରତି ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଉଭୟ ପୁରୁଷ ଏବଂ ମହିଳା ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଏବଂ ରୌପ୍ୟ ମେଡାଲ ମଧ୍ୟ ଜିତିଛନ୍ତି । ଏହା ଏକ ପାରମ୍ପରିକ ଖେଳ ହୋଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଏହା ସମ୍ପ୍ରସାରଣ କରିବା ପାଇଁ ଅଧିକ ସ୍କୋପ ରହିଛି । ସେଥିପାଇଁ ଆମ୍ଭେମାନେ ଖୋ ଖୋ ଲିଗରେ ଅଂଶଗ୍ରହଣ କରିବା ପାଇଁ ନିର୍ଣ୍ଣୟ ନେଇଛୁ । ଆମ୍ଭମାନଙ୍କର ସମ୍ମାନନୀୟ ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ପୋର୍ଟ ଇନ ଓଡିଶା ଲକ୍ଷ୍ୟର ଏହା ଏକ ଅଂଶ ଅଟେ ।”

khokho 1ବିଗତ କିଛି ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ସରକାର କେବଳ ଦେଶରେ ମୁଖ୍ୟ ସ୍ପୋର୍ଟସଗୁଡିକୁ ଆୟୋଜନ କରିନାହାଁନ୍ତି ବରଂ ବିଶ୍ୱର –ଶ୍ରେଷ୍ଠ ମଲ୍ଟି-ସ୍ପୋର୍ଟସ ଅନ୍ତର୍ନିର୍ମାଣକୁ ବିକାଶ କରିଛନ୍ତି । ଓଏସଡିପିସି ଅଗ୍ରଣୀ ଷ୍ଟିଲ ନିର୍ମାତା ଆର୍ସେଲର ମିତଲ ନିପନ ଷ୍ଟିଲ ଲିଃ (ଏଏମ ଏନଏସ ଇଣ୍ଡିଆ) ସହିତ ସହବନ୍ଧିତ ହୋଇଛି ଏବଂ ଅଲଟିମେଟ ଖୋ ଖୋ ସହିତ ଜଡିତ ହୋଇ କାର୍ଯ୍ୟ କରିବ । ଏହି ସମ୍ପର୍କରେ ଅଲଟିମେଟ ଖୋ ଖୋର ସିଇଓ ଜେନଜିଂ ନିଓଗି କହିଛନ୍ତି ଯେ, “ଭାରତରେ କ୍ରୀଡ଼ା ବିବର୍ତନକୁ ମଜବୁତ କରିବାରେ ସ୍ପୋର୍ଟସ ଓଡିଶା ମୁଖ୍ୟ ଭୂମିକା ଗ୍ରହଣ କରିଛି । ସ୍ପୋର୍ଟସର ବିକାଶ ପାଇଁ ଉଦ୍ଦେଶ୍ୟ ଖୁବ ଆକର୍ଷଣୀୟ ଅଟେ । ସେମାନେ ଏପରି ଏକ ପରିବେଶ ସୃଷ୍ଟି କରିଛନ୍ତି କି ବହୁ କର୍ପୋରେଟ ନିବେଶକାରୀମାନେ ବିକାଶ ଏବଂ ଭବିଷ୍ୟତର ଚାମ୍ପିୟନମାନଙ୍କ ଉପରେ ନିବେଶ କରିଛନ୍ତି । ଏବଂ ର୍ବମାନ ସେମାନଙ୍କର ଅଲଟିମେଟ ଖୋ ଖୋ ସହିତ ସହଭାଗିତା ସ୍ପୋର୍ଟସ ବିକାଶ ପାଇଁ ଏକ ଶ୍ରେଷ୍ଠ ସଂକେତ ଅଟେ ।”

ଅଲଟିମେଟ ଖୋ ଖୋ ପୂର୍ବରୁ ୪ଟି ଫ୍ରାଂଚାଇଜ ଘୋଷଣା କରିସାରିଛନ୍ତି । କର୍ପୋରେଟ ଜିଆଂଟ ଅଦାନୀ ଗ୍ରୁପ ଏବଂ ଜିଏମଆର ଗ୍ରୁପ ଗୁଜୁରାଟ ଏବଂ ତେଲଙ୍ଗାନା ଫ୍ରାଂଚାଇଜ ନେଇଥିବା ବେଳେ କ୍ୟାପ୍ରି ଗ୍ଲୋବାଲ ଏବଂ କେଏଲଓ ସ୍ପୋର୍ଟସ ରାଜସ୍ଥାନ ଏବଂ ଚେନ୍ନାଇ ଟିମର ମାଲିକ ଅଟନ୍ତି । ଅଲଟିମେଟ ଖୋ ଖୋର ପ୍ରସାରଣ ବ୍ରଡକାଷ୍ଟ ପାର୍ଟନର ସୋନି ପିକ୍‌ଚର ନେଟୱାର୍କ ଇଣ୍ଡିଆ (ଏସପିଏନଆଇ)ରେ କରାଯିବ । ଲିଗର ସମସ୍ତ କାର୍ଯ୍ୟକ୍ରମ ସୋନିର ସ୍ପୋର୍ଟସ ଚ୍ୟାନେଲ ଏବଂ ଓଟିଟି ପ୍ଲାଟଫର୍ମ ସୋନି ଲିଭ ଆପରେ ଇଂରାଜୀ ଏବଂ ଅନ୍ୟାନ୍ୟ ଆଂଚଳିକ ଭାଷାରେ ପ୍ରସାରିତ ହେବ ।

Leave A Reply

Your email address will not be published.