ପ୍ରବାସୀ ଓଡିଆଙ୍କୁ ନେଇ ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ

0

୦୭.୦୫.୨୦୨୦ (  ଓଡ଼ିଆ ନ୍ୟୁଜ ବ୍ୟୁରୋ) :ପ୍ରବାସୀ ଓଡ଼ିଆଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ l କରୋନା ପରିକ୍ଷଣ ପରେ ରାଜ୍ୟରେ ପ୍ରବେଶ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି l ବାହାର ରାଜ୍ୟରୁ ବହୁସଂଖ୍ୟକ ପ୍ରବାସୀ ଓଡିଆ ମାନେ ରାଜ୍ୟକୁ ଆସୁଥିଲେ l ପ୍ରବାସୀ ଓଡିଆ ମାନେ ବାହାର ରାଜ୍ୟରୁ ଆସି କ୍ଵାରେଣ୍ଟାଇନ ସେଣ୍ଟର ରେ ରହୁଥିଲେ l ସେମାନଙ୍କ ମଧ୍ୟରୁ କେତେକ ଜଣ କରୋନା ନେଗେଟିଭ୍ ଥିବା ବେଳେ କେତେକ କରୋନା ପଜେଟିଭ୍ ମଧ୍ୟ ଥିଲେ l ଏ ନେଇ ଆଇନଜିବୀ ନାରାୟଣ ଚନ୍ଦ୍ର ଜେନା ଏକ ଜନ ସ୍ଵାର୍ଥ ମାମଲା ଦୟାର କରିଥିଲେ l ଏହି ଜନ ସ୍ଵାର୍ଥ ମାମଲା ର ଶୁଣାଣି କରିବାକୁ ଯାଇ ଓଡିଶା ହାଇକୋର୍ଟ ରାୟ ଦେଇଛନ୍ତି ଯେ ବାହାରେ ରହୁଥିବା ପ୍ରବାସୀ ଓଡିଆଙ୍କ କରୋନା ପରୀକ୍ଷାଣ କରାଯିବା l ରିପୋର୍ଟ ରେ ନେଗେଟିଭ୍ ଆସିଲେ ହିଁ ଓଡିଶା ପ୍ରବେଶ କରିବାକୁ ଅନୁମତି ମିଳିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି l

Leave A Reply

Your email address will not be published.