ଓଡ଼ିଆ ନ୍ୟୁଜ୍: ରାଜ୍ୟ ସରକାରକୁ ଜଙ୍କ ଫୁଡ୍ ଓ ତେଲ ଚିନ୍ତା ଏବେ ଘାରିଛି। ଏନେଇ ସମସ୍ତ ଜିଲାର ଜିଲାପାଳମାନଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଏଥିସହିତ ସବୁ ଅଙ୍ଗନଓ୍ବାଡି ସେଣ୍ଟର ଓ ଶିଶୁ ଯତ୍ନ କେନ୍ଦ୍ରରେ ତେଲ ବୋର୍ଡ ଲାଗିବ ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
କେଉଁ ଖାଦ୍ୟରେ କେତେ ତେଲ ଅଛି ଦର୍ଶାଇବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଉଭୟ ଓଡ଼ିଆ ଏବଂ ଇଂରାଜୀରେ ସାଇନ୍ବୋର୍ଡ ଲଗାଇବା ପାଇଁ ବିଭାଗ ନିର୍ଦ୍ଦେଶ ଦେଇଛି। ଛଣା ଖାଦ୍ୟରେ କେତେ ତେଲ ବ୍ୟବହାର ହୋଇଛି ତାହା ଦର୍ଶାଇବା ଜରୁରୀ ବୋଲି ଚିଠିରେ ଉଲ୍ଲେଖ ରହିଛି।