ରାଜ୍ୟରେ ଆହୁରି ବଢିବ ଶୀତ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଲହରୀ ଜାରି ରହିଛି। ବିଶେଷକରି ଦକ୍ଷିଣ ଓ ଉତ୍ତର ଓଡିଶାର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଖସିଛି। ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୧୦ଡିଗ୍ରୀ ତଳେ ରହୁଛି। ସେହିପରି ୪ଦିନ ପରେ ରାତି ତାପମାତ୍ରା ଆଉ ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ସହିତ ଶୀତ ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିଛି। ରବିବାର ରାଜ୍ୟର ସୁନ୍ଦରଗଡ଼, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କୋରାପୁଟ ଆଦି ଜିଲାରେ ଘନ କୁହୁଡି ନେଇ ପାଣିପାଗ ବିଭାଗ ପକ୍ଷରୁ ଓ୍ବେଲୋ ଓ୍ବାର୍ନିଂଜାରି କରାଯାଇଛି।

ଗତ ୨୪ଘଣ୍ଟାରେ ଫୁଲବାଣୀ ଏବଂ ରାଉରକେଲାରେ ଘନ କୁହୁଡି ଦେଖା ଦେଇଥିବାବେଳେ ଭବାନୀପାଟଣା ଏବଂ କୋରାପୁଟରେ ମଧ୍ୟମ କୁହୁଡି ଦେଖା ଦେଇଥିଲା। ସେହିପରି ଜି. ଉଦୟଗିରିରେ ସର୍ବନିମ୍ନ ୮.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ସିମିଳିଗୁଡାରେ ୯.୬ଡିଗ୍ରୀ, ଫୁଲବାଣୀ, ଦାରିଙ୍ଗିବାଡିରେ ୧୦ଡିଗ୍ରୀ ରହିଛି।

Leave A Reply

Your email address will not be published.