ଓଡିଶା ଅଭିଭାବକ ମହାସଂଘର ସମ୍ପୂର୍ଣ ସାକ୍ଷରତା ଅଭିଯାନ ଆରମ୍ଭ, ଖୋର୍ଦ୍ଧା ଜିଲ୍ଲାରୁ ଆରମ୍ଭ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ସଦା ସର୍ବଦା ନିରନ୍ତର ପ୍ରୟାସ ଚାଲୁ ରଖିବା ସହ କାର୍ଯ୍ୟ ଜାରି ରଖିଛି ଓଡିଶା ଅଭିଭାବକ ମହାସଂଘ l ରାଜ୍ୟରେ ତିନି ବର୍ଷର ସମସ୍ତ ପିଲା ପାଠ ପଢିବେ, ଅଧାରୁ ପାଠ ପଢ଼ା ଛାଡୁଥିବା ସବୁ ପିଲାମାନେ ପୁଣି ସ୍କୁଲକୁ ଫେରି ପାଠ ପଢିବେ, ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କ ମାଇଗ୍ରେସନ ଯୋଗୁ ତାଙ୍କ ପିଲାଙ୍କୁ ପାଠ ପଢ଼ାଇବାର ପର୍ୟାପ୍ତ ବ୍ୟବସ୍ଥା, ନିରକ୍ଷର ଥିବା ପ୍ରାପ୍ତ ବୟସ୍କ ସମସ୍ତ ବ୍ୟକ୍ତି ସାକ୍ଷର ହୋଇ ଅନ୍ତତଃ ପକ୍ଷେ ସାଧାରଣ ଭାବେ ଖବର କାଗଜ ଓ ବହି ପଢି ପାରିବେ ଯାହା ଫଳରେ ସମସ୍ତ ଘଟଣା ସଂକ୍ରାନ୍ତରେ ଅବଗତ ହୋଇ ପାରିବେ l ଏହି ଉଦେଶ୍ୟକୁ ନେଇ ରାଜ୍ୟରେ ସାକ୍ଷର ପାଇଁ ମହାସଂଘ କାର୍ଯ୍ୟ କରିବ l

ଯେହେତୁ ଖୋର୍ଦ୍ଧା ଜିଲ୍ଲାରେ ରାଜଧାନୀ ଭୁବନେଶ୍ୱର ରହିଛି, ତେଣୁ ଖୋର୍ଦ୍ଧା ଜିଲ୍ଲାକୁ ସର୍ବ ପ୍ରଥମେ ସମ୍ପୂର୍ଣ ସାକ୍ଷର କରି ଉଦାହରଣ ସୃଷ୍ଟି କରି ପରବର୍ତୀ ସମୟରେ ରାଜ୍ୟ ସାରା ଏହି ଅଭିଯାନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି l ମହାସଂଘ ର ପ୍ରୟାସ ସାରା ରାଜ୍ୟକୁ ସମ୍ପୂର୍ଣ ସlକ୍ଷର କରିବା l ଏହି କ୍ରମରେ ଆମେ ଖୋର୍ଦ୍ଧା ଜିଲ୍ଲାକୁ ମିଶନ ମୋଡ଼ରେ ସମ୍ପୂର୍ଣ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ମହାସଂଘ ହାତକୁ ନେଇଛି l ଏହି ଅଭିଜlନରେ ରୋଟାରି କ୍ଲବ, ସ୍ଥାନୀୟ ଯୁବକ ସଙ୍ଘ, ଶିକ୍ଷକ ସଂଘ, ବସ୍ତି କମିଟି, ମନ୍ଦିର କମିଟି, ଭୁବନେଶ୍ୱର ଓକିଲ ସଙ୍ଘ, ଅବସର ପ୍ରାପ୍ତ ଶିକ୍ଷକ, ଗ୍ରାମ୍ୟ କମିଟି, ବଜାର କମିଟି, ଶିକ୍ଷାବିତ, ସରକାରୀ ସ୍କୁଲ ଆଲୁମୁନି, ଡ୍ରାଇଭର ମହାସଙ୍ଘ, ନିର୍ବାଚିତ ଲୋକପ୍ରତିନିଧି, ସବୁ ବର୍ତମାନର ଓ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, କର୍ପୋରେଟର, ପୂର୍ବତନ କର୍ପୋରେଟର, କ୍ରିକେଟ ଟିମ, ଓମଫେଡ ସଙ୍ଘ ପରି ବହୁତ ସଂଘଠନ ଓ ବ୍ୟକ୍ତି ବିଶେଷ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ମହାସଂଘ ସାମିଲ କରିବ l ଆଜି ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ, ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ବରିଷ୍ଠ ଉପାଧ୍ୟକ୍ଷ କାର୍ତ୍ତିକ ସାହୁ, ଭୁମୋହନ ପଟନାୟକ, ସତ୍ୟଜିତ ଦାଶ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି

Leave A Reply

Your email address will not be published.