ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ସୋସିଆଲ ମିଡିଆ ଚେୟାରମ୍ୟାନ୍ ଅଭିଷେକ ମହାନନ୍ଦ ରାଜ୍ୟ କମିଟିର କିଛି ନିଷ୍କ୍ରିୟ ଓ ବିଶୃଙ୍ଖଳିତ ସଦସ୍ୟମାନଙ୍କୁ ବାହାର କରି ନୂତନ ସଦସ୍ୟମାନଙ୍କୁ ସୁଯୋଗ ଦେଇଛନ୍ତି। ଆଗାମୀ ନିର୍ବାଚନରେ ସୋସିଆଲ ମିଡିଆ ବିଭାଗ ପ୍ରଚାର, ପ୍ରସାର ଏବଂ ଅନଲାଇନ୍ ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରିବ, ଏଥିପାଇଁ କଂଗ୍ରେସ ନିଜର ରଣନୀତି ପ୍ରସ୍ତୁତ କରିଛି।
ନୂଆ ସୋସିଆଲ ମିଡ଼ିଆ ଟିମ୍ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ମେସେଜ୍ ଓ ଭିଜନକୁ ଲୋକଙ୍କ ପାଖରେ ପହଞ୍ଚାଇବ ଏବଂ କଂଗ୍ରେସର ବିକାଶମୂଳକ କାର୍ଯ୍ୟ ଓ ନୀତି ଆଦର୍ଶକୁ ଘରେ ଘରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। AICCର ନିର୍ଦ୍ଦେଶ ଅନୁଯାୟୀ ସୋସିଆଲ ମିଡିଆ ବିଭାଗ ଆଗାମୀ ଦିନରେ ଜିଲ୍ଲା, ବିଧାନସଭା, ବ୍ଲକ, ପଞ୍ଚାୟତ ଏବଂ ଗ୍ରାମ ସ୍ତରୀୟ ସୋସିଆଲ ମିଡିଆ କାର୍ଯ୍ୟକର୍ତ୍ତା ନିଯୁକ୍ତ ହେବେ। ଓଡ଼ିଶା କଂଗ୍ରେସ ସୋସିଆଲ ମିଡିଆ ବିଭାଗର ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ ଏ ବିଷୟରେ ସୂଚନା ଦେଇଛନ୍ତି