ତଦନ୍ତରେ ଉତ୍କର୍ଷ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପଦକ ଘୋଷଣା, ଓଡିଶାର ୪ ପୋଲିସ ମନୋନୀତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ଓଡ଼ିଶାର ୪ ପୋଲିସ୍‌ଙ୍କୁ ତଦନ୍ତ ପାଇଁ ମିଳିବ ପଦକ । ତଦନ୍ତରେ ଉତ୍କର୍ଷ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପଦକ ପାଇଁ ଘୋଷଣା କରାଯାଇଛି । ଦେଶର ମୋଟ ୧୫୧ ପୋଲିସ୍‌ଙ୍କ ମଧ୍ୟରୁ ଓଡ଼ିଶାରୁ ୪ ଜଣଙ୍କୁ ପଦକ ଦିଆଯାଇଛି ।

ଜଣେ ଡ଼ିଏସପି ଓ ୩ ଜଣ ଇନ୍ସପେକ୍ଟରଙ୍କୁ ମିଳିବ ଏହି ପଦକ । ଡ଼ିଏସପି ସୁମିତ୍ରା ଜେନା ,ଇନ୍ସପେକ୍ଟର ଆଶିଷ ଜେନା ,ଅନୁସୟା ନାୟକ ଓ ରମେଶ ପ୍ରଧାନଙ୍କୁ ମିଳିବ ପଦକ ।

ସିବିଆଇରୁ ସର୍ବାଧିକ ୧୫ ଅଧିକାରୀଙ୍କୁ ମିଳିବ ପଦକ । ମହାରାଷ୍ଟ୍ରରୁ ୧୧,ୟୁପି ଓ ଏମପିରୁ ୧୦ ଲେଖାଏଁ ଅଫିସରଙ୍କୁ ଏହି ପଦକ ମିଳିବ ।

 

Leave A Reply

Your email address will not be published.