ଜୁଲାଇରେ ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା

0

ମାଟ୍ରିକ୍ ଫଳାଫଳକୁ ନେଇ ଅନେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ମାଟ୍ରିକ ପରୀକ୍ଷା ବ୍ୟବସ୍ଥା ହୋଇଛି । ମାର୍କ କମ୍ ଥିଲେ ଅଫଲାଇନରେ ପରୀକ୍ଷା ଦେଇପାରିବେ । ଜୁଲାଇ ୫ରୁ ଫର୍ମ ଫିଲଅପ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ୧୦ ଦିନ ଭିତରେ ଫର୍ମ ଫିଲଅପ୍ ଶେଷ କରିବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛି ।

ଯେଉଁମାନେ ଅଫଲାଇନ୍ ପରୀକ୍ଷା ଦେବେ ସେହି ମାର୍କ ଫାଇନାଲ ହେବ । ଜୁଲାଇରେ ପରୀକ୍ଷା କରି ଶୀଘ୍ର ରେଜଲ୍ଟ ପ୍ରକାଶ କରାଯିବ । ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ପାଇଁ +୨ ନାମଲେଖା ସମସସ୍ୟା ହେବନି ବୋଲି ବୋର୍ଡ କହିଛି ।

ତେବେ ମାଟ୍ରିକ୍ ମୂଲ୍ୟାୟନ ଦ୍ୱନ୍ଦ୍ୱ ଦୂର ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଥିଲା । ଛାତ୍ରାଛାତ୍ରୀ ଓ ଅଭିଭାବକଙ୍କ ଦ୍ୱନ୍ଦ୍ୱ ଦୂର ପାଇଁ ପ୍ରଚେଷ୍ଟା ଜାରି ରହିଛି ବୋଲି ବୋର୍ଡ ସଭାପତି ଓ ଉପସଭାପତିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କୁହାଯାଇଛି ଯେ, ମୂଲ୍ୟାୟନ ପଦ୍ଧତି ନେଇ ସବୁ କିଛି ବୋର୍ଡ ୱେବସାଇଟରେ ଥିଲା । ବହୁ ଶିକ୍ଷାବିତ୍ ଓ ଜିଲ୍ଲାର ଡିଇଓଙ୍କ ସହ ଆଲୋଚନା କରିଥିଲୁ । ସ୍ୱତନ୍ତ୍ର କୋର କମିଟି ଗଠନ କରି ମୂଲ୍ୟାୟନର ତର୍ଜମା ହୋଇଛି । ୪ ବର୍ଷର ପ୍ରଦର୍ଶନକୁ ବିଚାର କରି ମୂଲ୍ୟାୟନ ହୋଇଛି । ୨୦୧୭, ୧୮,୧୯, ୨୦ ବର୍ଷର ପ୍ରଦର୍ଶନକୁ ନେଇ ମୂଲ୍ୟାୟନ ହୋଇଛି । ପୂର୍ବ ଅପେକ୍ଷା ଚଳିତ ବର୍ଷ ସବୁ ଗ୍ରେଡରେ ପିଲାଙ୍କ ସଂଖ୍ୟା ବଢିଛି । ଗତବର୍ଷ ତୁଳନାରେ ଏ-୧ ରେ ୨ ଗୁଣା ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିପରି ଏ-୨ ରେ ୩ ଗୁଣାରୁ ଅଧିକ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ମାର୍କ କମ୍ ଥିଲେ ଅଫଲାଇନରେ ପରୀକ୍ଷା ଦେଇପାରିବେ ।

Leave A Reply

Your email address will not be published.