ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ଜୁଲାଇ ୪ ତାରିଖର ଅନୁଷ୍ଠିତ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ। ଯାହା ୮ ତାରିଖରେ ସରିବ । ଓଜେଇଇ ୱେବସାଇଟ୍ରେ ଆଡମିଟ୍ କାର୍ଡ ରହିଛି। ଦରଖାସ୍ତ ନମ୍ବର ଓ ଜନ୍ମ ତାରିଖ ଦେଇ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ପ୍ରଫେସର ସୁଦିପ କୁମାର ଚାନ୍ଦ ।
ସୂଚନା ମୁତାବକ, ୭ ତାରିଖରେ ଗୋଟିଏ ସିଟିଂ ପରୀକ୍ଷା ହେବାକୁ ଥିବା ବେଳେ ଅନ୍ୟ ସମସ୍ତ ଦିନ ୩ଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ ୯ରୁ ୧୧, ଦ୍ୱିତୀୟ ସିଟିଂ ୧୨ଟା୩୦ରୁ ୨ଟା୩୦ ଓ ତୃତୀୟ ସିଟିଂ ଅପରାହ୍ନ ୪ଟାରୁ ୬ଟା ପର୍ୟ୍ୟନ୍ତ ହେବ। ସେହିପରି ଜୁଲାଇ ୫ ତାରିଖ ପ୍ରଥମ ଓ ଦ୍ୱିତୀୟ ସିଟିଂରେ ଏମସିଏ ଓ ଏମଏସସି କମ୍ପ୍ୟୁଟର୍ ସାଇନ୍ସ୍ ପରୀକ୍ଷା ତଥା ତୃତୀୟ ସିଟିଂରେ ଏମଟେକ୍, ଏମ୍ଆର୍କ, ଏମଫାର୍ମ ଓ ବି କ୍ୟାଟ୍ ପରୀକ୍ଷା ହେବ । ୬ ତାରିଖ ପ୍ରଥମ ଓ ଦ୍ୱିତୀୟ ସିଟିଂରେ ଏମବିଏ ଏବଂ ତୃତୀୟ ସିଟିଂରେ ଲାଟେରାଲ୍ ଏଣ୍ଟ୍ରି ଫାର୍ମ, ଲାଟେରାଲ୍ ଏଣ୍ଟ୍ରି ଟେକ୍ (ବିଏସସି) ଓ ବି କ୍ୟାଟ୍( ଫିଲ୍ଡ ଏଡିଟିଂ ପରୀକ୍ଷା ହେବ । ୭ ତାରିଖରେ କେବଳ ପ୍ରଥମ ସିଟିଂରେ ଇଣ୍ଟ୍ରିଗେଟେଡ୍ ଏମବିଏ ଓ ଲାଟେରାଲ୍ ଏଣ୍ଟ୍ରି ଟେକ୍(ଡିପ୍ଲୋମା) ଓ ୮ ତାରିଖ ୩ଟି ଯାକ ସିଟିଂରେ ବି ଫାର୍ମ ପରୀକ୍ଷା ହେବ ।