ରାତି ପାହିଲେ ରଥଯାତ୍ରା, ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟାମନ ୩ ରଥ

0

ପୁରୀ(ଓଡ଼ିଆ ନ୍ୟୁଜ୍‌): ରାତି ପାହିଲେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଘଣ୍ଟ ହୁଳହୁଳିରେ ଫାଟିପଡ଼ିବା ହସ ଲୋକାରଣ୍ୟ ହେବ ବଡଦାଣ୍ଡ। ତେବେ ଏହା ପୂର୍ବରୁ ଆଜି ସିଂହଦ୍ୱାର ସମ୍ମୁଖରେ ଏବେଠୁ ଦଣ୍ଡାୟମାନ ହେଲେଣି ଶ୍ରୀଜିଉଙ୍କ ୩ ରଥ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥ । ଏବେ ରଥଯାତ୍ରା ପାଇଁ ଏକପ୍ରକାର ରଥ ପଥ ସବୁ ପ୍ରସ୍ତୁତ । କେବଳ ମହାପ୍ରଭୁଙ୍କୁ ଅପେକ୍ଷା । ଆଜି ତିନିବାଡରୁ ଆଜ୍ଞାମାଳ ପହଞ୍ଚିବା ପରେ ପ୍ରଥମେ ନନ୍ଦିଘୋଷକୁ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଥିଲା । ଏହାପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜ ରଥ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଥିଲା । ଘଣ୍ଟଘଣ୍ଟା, ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ। ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ । ପୁଲିସ ଓ ଶ୍ରଦ୍ଧାଳୁ ୩ ରଥକୁ ସିଂହଦ୍ୱାର ସମ୍ମୁଖକୁ ଟାଣି ଆଣିଛନ୍ତି।

କହିରଖୁ କି, ୨ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ରଥ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏହାକୁ ଆଖି ଆଗରେ ରଖି ଉଭୟ ଜିଲ୍ଲା ଓ ପୁଲିସ ପ୍ରଶାସନ ପ୍ରସ୍ତତି ଚଳାଇଛି। ମହାପ୍ରଭୁଙ୍କ ରଥଯାତ୍ରା ଲାଗି ସମସ୍ତେ ପ୍ରସ୍ତୁତ ରହିଛନ୍ତି ।

Leave A Reply

Your email address will not be published.