୬୮ ତମ ପ୍ରତିଷ୍ଠା ଦିବସ ଉତ୍ସବ ପାଳନ କଲା ଓଏମସି, ଶିଳ୍ପୋନ୍ନତ ତଥା ଅର୍ଥନୈତିକ ଭାବେ ସଶକ୍ତ କରିବାରେ ଓଏମସି ର ଚେଷ୍ଟା ଗୁରୁତ୍ୱପୂର୍ଣ୍ଣ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଖଣି ନିଗମ ବା ଓଏମସିର ଅଠଷଠି ତମ ପ୍ରତିଷ୍ଠା ଦିବସ ଉତ୍ସବ ସ୍ଥାନୀୟ ଜୟଦେବ ଭବନ ଠାରେ 16 ମଇ 2023 ତାରିଖ ଦିନ ପାଳିତ ହୋଇଯାଇଛି। ଏହି ଉତ୍ସବରେ ରାଜ୍ୟ ଇସ୍ପାତ ଓ ଖଣି ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ  ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ଗୃହ, ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଏମସିର ଅଧ୍ୟକ୍ଷ ଦେଓରଞ୍ଜନ କୁମାର ସିଂ ସମ୍ମାନିତ ଅତିଥି ଭାବେ ଯୋଦେଇଥିଲେ।
ଏହି ଅବସରରେ ନିଜ ବକ୍ତବ୍ୟ ରଖି ମାନ୍ୟବର ମନ୍ତ୍ରୀ  ପ୍ରଫୁଲ୍ଲ ମଲ୍ଲିକ କହିଥିଲେ ଯେ, ଓଡ଼ିଶା ସରକାରଙ୍କ ଅଧିନସ୍ଥ ଓଏମସି ଏକ ଦାୟିତ୍ୱବାନ ତଥା ଏକ ମର୍ଯ୍ୟଦାପୂର୍ଣ୍ଣ ସଂସ୍ଥା ଭାବରେ ଓଡ଼ିଶାକୁ ଏକ ଦ୍ରୁତ ପ୍ରଗତିଶୀଳ, ଶିଳ୍ପୋନ୍ନତ ତଥା ଅର୍ଥନୈତିକ ଭାବେ ସଶକ୍ତ ରାଜ୍ୟରେ ପରିଣତ କରିବା ଲାଗି ସମଗ୍ର ଓଡ଼ିଶାବାସୀଙ୍କ ଥିବା ଆକାଂକ୍ଷାକୁ ସଫଳ କରିବା ଦିଗରେ ଅହରହ ଚେଷ୍ଟା ଚଳାଇଛି। କେବଳ ନୀତିଗତ ଦାୟିତ୍ୱରେ ଓଏମସି ନିଜକୁ ବାନ୍ଧି ନରଖି ପରିବେଶର ସୁରକ୍ଷା ଲାଗି ବ୍ୟାପକ ବୃକ୍ଷରୋପଣ କରୁଅଛି। ପରିବେଶର ସୁରକ୍ଷା ସାଙ୍ଗକୁ ଓଏମସି କ୍ରମାଗତ ଭାବେ ଖଣି ଆଖପାଖରେ ବସବାସ କରୁଥିବା ଲୋକଙ୍କ ମନରେ ଖୁସି ଭରିଦେବା ଲାଗି କାର୍ଯ୍ୟ କରୁଛି। ଓଏମସି କେବଳ କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ କରିବାରେ ନିଜକୁ ସିମୀତ ନରଖି ସମାଜର ବିବିଦ୍ଧ କ୍ଷେତ୍ରର ଉନ୍ନତି ଲାଗି ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଅଛି। ରାଜ୍ୟର ସାମଗ୍ରିକ ବିକାଶ ଲାଗି ପ୍ରୋତ୍ସାହନ ଦେବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟସେବା, ଶିକ୍ଷା, କ୍ରୀଡ଼ା, ପାନୀୟ ଜଳ, ପରିବେଶ ସନ୍ତୁଳନ ଓ ସୁରକ୍ଷା, ପରିମଳ, ଦକ୍ଷତା ବିକାଶ ଏବଂ ବିପର୍ଯ୍ୟୟ ପରିଚାଳନା ଆଦି ଦିଗରେ ବିଶେଷ ଗୁରୁତ୍ୱ ପ୍ରଦାନ କରି କାର୍ଯ୍ୟ କରୁଅଛି।

ସେହିପରି ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଦେଓରଞ୍ଜନ କୁମାର ସିଂ କହିଥିଲେଯେ, ସାରା ଭାରତ ରେ ଚତୁର୍ଥ ବୃହତ ଲୁହା ପଥର ଉତ୍ପାଦନକାରି କମ୍ପାନୀ ଭାବେ ପରିଗଣିତ ହେବା ସହ ଓଏମସି ରେ ଏକ ସୁବର୍ଣ୍ଣ ଯୁଗର ଆୟମାରମ୍ଭ ହୋଇଛି।  ଆମ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ଏବଂ ଟିମୱାର୍କ ବଳରେ କମ୍ପାନୀ ସଫଳତାର ନୂତନ ପାହାଚ ଚଢି ଚାଲିଛି, ଯାହାକି ପ୍ରକୃତରେ ପ୍ରଶଂସାଯୋଗ୍ୟ. ଆମ କର୍ମଚାରୀଙ୍କ ଉନ୍ନତି ହିଁ ଆମର ପରମ ଲକ୍ଷ୍ୟ ହେବା ଉଚିତ. ତା ସହ ଆମ ଖଣି ଅଂଚଳରେ ବସବାସ କରୁଥିବା ଲୋକଙ୍କ ଉନ୍ନତି ଏବଂ ପରିବେଶ ର ସୁରକ୍ଷା ବି ଆମର ଧ୍ୟେୟ ହେବା ଉଚିତ।

ଏହି ଅବସରରେ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା କର୍ମଚାରୀଙ୍କୁ ବିଭିନ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ଏହି ଉତ୍ସବରେ ଓଏମସିର ବିତ୍ତ ନିର୍ଦ୍ଦେଶକ ଶ୍ରୀ ସତ୍ୟଜିତ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମାନବ ସମ୍ବଳ ନିର୍ଦ୍ଦେଶକ ଶ୍ରୀ ଆଲୋକ କୁମାର ପାଳ ଧନ୍ୟବାଦ ପ୍ରଦାନ କରିଥିଲେ।

Leave A Reply

Your email address will not be published.