ଓମିକ୍ରନକୁ ନେଇ ଉଚ୍ଚସ୍ତରୀୟ ବୈଠକ

0

ଓମିକ୍ରନକୁ ନେଇ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ । ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଆଲୋଚନା । ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସହ ବହୁ ବରିଷ୍ଠ ଅଧିକାରୀ କଲେ ଆଲୋଚନା । ବର୍ତ୍ତମାନ ସୁଦ୍ଧା ବିଦେଶରୁ ଫେରିଥିବା ୧୧୩୪ ଜଣ ଏୟାର ସୁବିଧା ପୋର୍ଟାଲ ଜରିଆରେ ପଞ୍ଜୀକରଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବୈଠକରେ ରାଜ୍ୟମାନଙ୍କୁ ୫ ସୂତ୍ରୀ ମନ୍ତ୍ର ଦେଲା କେନ୍ଦ୍ର । ବିଦେଶ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖିବାକୁ ପରାମର୍ଶ । ଏନଫୋର୍ସମେଣ୍ଟ କଡାକଡ଼ି କରିବାକୁ କେନ୍ଦ୍ରର ପରାମର୍ଶ । ଟେଷ୍ଟିଂ ଓ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛି କେନ୍ଦ୍ର ।

ସୂଚନାଯୋଗ୍ୟ, କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାକୁ ଡେଲଟା ଭ୍ୟାରିଆଣ୍ଟଠାରୁ ମଧ୍ୟ ଅଧିକ ମାରାତ୍ମକ ବୋଲି କୁହାଯାଉଛି । ଏପର୍ଯ୍ୟନ୍ତ ଏହା ୪୦ରୁ ଅଧିକ ଦେଶକୁ ବ୍ୟାପି ସାରିଲାଣି ।

Leave A Reply

Your email address will not be published.