ସ୍ବର୍ଗତ ନିବେଦିତା ପ୍ରଧାନଙ୍କର ବିୟୋଗର ଅଷ୍ଟମ ଦିନରେ କଟକ ସାରଳା ଭବନରେ ସର୍ବଦଳୀୟ ପ୍ରାର୍ଥନା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସ୍ବର୍ଗତ ନିବେଦିତା ପ୍ରଧାନଙ୍କର ବିୟୋଗର ଅଷ୍ଟମ ଦିବସରେ ଆଜି କଟକ ସାରଳା ଭବନରେ ସର୍ବଦଳୀୟ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ଅଧ୍ୟକ୍ଷତା କରିଥିଲେ ବାର୍ଷିଆନ ନେତା ପ୍ରଭାତ ତ୍ରିପାଠୀ ପରିଚାଳନା କରିଥିଲେ ଡାକ୍ତର ରବି ରଞ୍ଜନ ସାହୁ।

ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ଭର୍ତ୍ତୃହରି ମହତାବ,ମେୟର ସୁବାଷ ସିଂ,ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ,ଡେପୁଟି ମେୟର ଦମୟନ୍ତୀ ମାଝୀ,ବିଜେପି ନେତା ନୟନ କିଶୋର ମହାନ୍ତି, ବିଜେପି କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ,ଅବସର ପ୍ରାପ୍ତ ବିଚାରପତି ମନୋରଞ୍ଜନ ମହାନ୍ତି,ବିଜେପି ନେତା ଡାକ୍ତର ପୂର୍ଣଚନ୍ଦ୍ର ମହାପାତ୍ର,ବିଜେଡି ନଗର ସଭାପତି ମଧୁସୂଦନ ସାହୁ,କମ୍ୟୁନିଷ୍ଟ ନେତା ଅମରେନ୍ଦ୍ର ମହାନ୍ତି,ବିଜୟ ସାହୁ,ଶାନ୍ତି କମିଟିର ଦେବେନ୍ଦ୍ର ସାହୁ ଓ ଭିକାରୀ ଦାସ, ଚୌଧୁରୀ ପ୍ରଭାତ ମିଶ୍ର, ଧର୍ମେଶ ନାୟକ, ପ୍ରଦୀପ ପଟ୍ଟନାୟକ, ବିନୋଦ ଦାସ,ବିଜୟ ଦାସ,କଂଗ୍ରେସ ନେତ୍ରୀ ଗିରିବାଳା ବେହେରା,ବରିଷ୍ଠ ଓକିଲ ସୌରୀ ମହାପାତ୍ର,ସାମ୍ବାଦିକ ଅରୁଣ ପଣ୍ଡା, ପ୍ରଶାନ୍ତ ନାୟକ, ସଜ୍ଜନ ଶର୍ମା, ଗୀତା ଦାସ,ମହମ୍ମଦ ଶକିଲ,ପୂର୍ବତନ ମେୟର ସୌମେନ୍ଦ୍ର ଘୋଷ,ଚୌଧୁରୀ କାଶିନାଥ ମଲୀକ ପ୍ରମୁଖ ଉପସ୍ଥିତ ରହି ତାଙ୍କ ପରିଶ୍ରମୀ, ମେଳାପି, ସର୍ବଜନ ପ୍ରିୟ ଗୁଣର ଅବତାରଣା କରିଥିଲେ। ତାଙ୍କ ସ୍ମୃତି ରେ ଏକ ସୁଦୃଶ୍ୟ ଷ୍ଟାଚ୍ୟୁ ଓ ପାର୍କ କରିବା ପାଇଁ ସମସ୍ତେ ପ୍ରସ୍ତାବ ଦେଲେ, ଯାହାକୁ ଉପସ୍ଥିତ ମେୟର ଗ୍ରହଣ କରିଥିଲେ।  ଭର୍ତ୍ତୃହରି ବାବୁ କହିଥିଲେ ନିବେଦିତା ଯାଇକା କାର୍ଯ୍ୟ ଆରମ୍ଭ କରାଇଥିଲା, ତାହା ଜଲଦି ସମାପ୍ତ ହେଲେ, ସେ ନିଶ୍ଚିତ ଶାନ୍ତି ପାଇବ।

Leave A Reply

Your email address will not be published.