ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଜଣଙ୍କର ମୃତଦେହ ଉଦ୍ଧାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଟକର ମହାନଦୀ ନଦୀକୁ ଯୁବକ ଡେଇଁବା ଘଟଣା। ବୁଧବାର ଦିନ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି।। ଅଗ୍ନିଶମ ବିଭାଗର କର୍ମଚାରୀମାନେ ସକାଳେ କଟକସ୍ଥିତ ଜଗତପୁର-କେନ୍ଦ୍ରାପଡା କେନାଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲେ। ତେବେ ସେ ମଙ୍ଗଳବାର ରାତିରେ ମହାନଦୀକୁ ଡେଇଁଥିଲେ।

ସୂଚନା ଅନୁସାରେ, ଗତକାଲି ରାତିରେ କଟକ ମଧୁସୁଦନ ସେତୁ ଉପରୁ ନଦୀକୁ ଡେ଼ଇଁ ନିଖୋଜ ହୋଇ ଯାଇଛନ୍ତି କଟକ ନୟାସଡକ ଅଞ୍ଚଳର ଅନୁପ ଅଗ୍ରୱାଲ। ଏହା ପୂର୍ବରୁ ଅପରାହ୍ନ ସମୟରେ ଭୁବନେଶ୍ୱର ଭିଏସଏସ ନଗର ଅଞ୍ଚଳର ମୃତ୍ୟୁଞ୍ଜୟ ମାଣିକ ଯୋବ୍ରା ବ୍ୟାରେଜରୁ ଡେଇଁ ପଡ଼ିଥିଲେ।

ଗତକାଲି ରାତିରେ ଅନୁପ ଅଗ୍ରୱାଲ ମଧୁସୁଦନ ସେତୁ ଉପରୁ ମହାନଦୀକୁ ଡେଇଁ ପଡ଼ିଥିଲେ । ପୋଲ ଉପରୁ ତାଙ୍କର ସ୍କୁଟି ଓ ଚପଲ ଜବତ କରିଛି ପୁଲିସ୍। ସେପଟେ ଗତକାଲି ଅପରାହ୍ନରେ କଟକ ଯୋବ୍ରା ବ୍ୟାରେଜରୁ ଡେଇଁ ନିଖୋଜ ଯୁବକ ଭୁବନେଶ୍ୱର ଭିଏସଏସ ନଗର ଅଞ୍ଚଳର ମୃତ୍ୟୁଞ୍ଜୟ ମାଣିକଙ୍କୁ ଏବେ ବି ଖୋଜୁଛି ଅଗ୍ନିଶମ ବିଭାଗ।

Leave A Reply

Your email address will not be published.