ବାସୁଦେବପୁର ଧାମରା ରାସ୍ତାରେ ଟ୍ରକ ପଛରେ ଧକ୍କା ଦେଲା ଟ୍ରକ,ଜଣେ ମୃତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ରାସ୍ତାର ବାଲିମୁଣ୍ଡା ପଂଚାୟତ ନନ୍ଦପାଟଣା ଛକ ନିକଟରେ ଟ୍ରକ ପଛ ପଟକୁ ଆଉ ଏକ ଟ୍ରକ ଧକ୍କା ହେବା ଫଳରେ ଜଣେ ଡ୍ରାଇଭର ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ହେଲେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜୁଆଣି ଗ୍ରାମର ସୁରେନ ମାହନ୍ତ ବୋଲି ଜଣାପଡିଛି । ଧାମରା ଅଂଚଳକୁ ଲୁହା ପଥର ନେଇ ଆସିଥିବା ଏକ ଟ୍ରକ ବାଲିମୁଣ୍ଡା ନନ୍ଦପାଟଣା ଛକ ନିକଟରେ ରାସ୍ତା ପାଶ୍ୱର୍ରେ ଛିଡା କରି ବିଶ୍ରାମ ନେଇଥିଲା ।

ସମଦିଗରୁ ଆଉ ଏକ ଟ୍ରକ କୌଣସି କାରଣରୁ ଭାରସାମ୍ୟ ହରାଇ ଉକ୍ତ ଛିଡା ହୋଇଥିବା ଟ୍ରକ ପଛ ପାଖକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହେଲପର ସ୍ଥାନରେ ବିଶ୍ରାମ ନେଇଥିବା ଗାଡି ଡ୍ରାଇଭର ଭିତରେ ଚାପି ହୋଇ ମୃତ୍ୟୁ ହୋଇଯାଇଥିବା ବେଳେ ଗାଡି ଚଳାଉଥିବା ହେଲପର ଅଳ୍ପକେ ବର୍ତ୍ତିଯାଇଥିଲା । ଖବରପାଇ ନାୟକାଣିଡିହି ଥାନାର ପୋଲିସ ପହଁଚି ଶବକୁ ଜବଦ କରି ବ୍ୟବଚ୍ଛେଦ ନିମନ୍ତେ ଭଦ୍ରକ ପଠାଇଛି ।

Leave A Reply

Your email address will not be published.